କଟକ: କଟକ ଖାନନଗର ବେତବିନ୍ଧାଣୀ ସାହି ପଡ଼ିଆରେ ରବିବାର ବିଳମ୍ବିତ ରାତିରେ ଏକ ବୀଭତ୍ସ ହତ୍ୟାକାଣ୍ତ ଘଟିଛି। ଜଣେ ଅଜଣା ଯୁବକଙ୍କୁ ଦୁର୍ବୃତ୍ତମାନେ ସ˚ଘବଦ୍ଧ ଭାବେ ପଥର କିମ୍ବା ଇଟାରେ ଛେଚି ହତ୍ୟା କରିଛନ୍ତି। ସମ୍ପୃକ୍ତ ଯୁବକଙ୍କ ମୁହଁ ଓ ପଛପଟ ମୁଣ୍ତରେ ଗଭୀର ଆଘାତ ଲାଗିଥିବା ବେଳେ ଆଖପାଖରେ ରକ୍ତ ଛିଟିକି ପଡ଼ିଥିବା ଦେଖିବାକୁ ମିଳିଛି। ତାଙ୍କ ନିକଟରେ କୌଣସି ପରିଚୟପତ୍ର ମିଳିନଥିବାରୁ ବାଦାମବାଡ଼ି ଥାନା ପୁଲିସ ପାଇଁ ପରିଚୟ ଜାଣିବା କଷ୍ଟକର ହୋଇପଡ଼ିଛି। ଘଟଣାସ୍ଥଳରୁ କିଛି ଖୁଚୁରା ପଇସା, ବାଇକ୍ ଚାବି, କଳା ରଙ୍ଗର ଚପଲ ଏବ˚ ରକ୍ତଲଗା ଛୋଟ ମାଙ୍କଡ଼ା ପଥର ପୁଲିସ ଜବତ କରିଛି। ପ୍ରେମ ବ୍ୟାପାର କିମ୍ବା ଟଙ୍କା ପଇସା କାରବାରକୁ ନେଇ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ପୁଲିସ ପ୍ରାଥମିକ ତଦନ୍ତରୁ ସନ୍ଦେହ କରୁଛି। ଅନ୍ୟପଟେ ଯୁବକର ଶବକୁ ବଡ଼ ମେଡିକାଲ୍ରେ ବ୍ୟବଚ୍ଛେଦ କରାଯାଇ ଶବ ସ˚ରକ୍ଷଣ ଗୃହରେ ସ˚ରକ୍ଷିତ ରଖାଯାଇଛି। ଏବେ ଶବ ଚିହ୍ନଟ ପାଇଁ ରାଜ୍ୟର ସମସ୍ତ ଥାନାକୁ କମିସନରେଟ୍ ପୁଲିସ ପକ୍ଷରୁ ଫଟୋ ପଠାଯାଇଛି।
ସିଏମ୍ସି ଡମ୍ପି˚ୟାର୍ଡ ଭାବେ ବ୍ୟବହାର କରୁଥିବା ବାଦାମବାଡ଼ି ଥାନା ଅନ୍ତର୍ଗତ ବେତବିନ୍ଧାଣୀ ସାହି ପଡ଼ିଆରେ ଆଜି ସକାଳ ପ୍ରାୟ ୭ଟା ବେଳେ ଜଣେ ଯୁବକଙ୍କ ଶବ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ପଡ଼ିଆ ନିକଟରେ ଥିବା ପାଚେରି କଡ଼ରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଶବଟି ପଡ଼ିଥିଲା। ପାଚେରିରେ ରକ୍ତ ଛିଟା ଲାଗିଥିଲା। ଖବର ପାଇ ବାଦାମବାଡ଼ି ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ମୃତ ଯୁବକଙ୍କ ବୟସ ୩୦ରୁ ୩୫ ବର୍ଷ ଭିତରେ ହେବ ବୋଲି ପୁଲିସ ଅନୁମାନ କରୁଛି। ସେ କଳା ରଙ୍ଗର ଟ୍ରାଉଜର୍ ଏବ˚ ଉଭୟ ଧଳା ଓ କଳା ରଙ୍ଗର ରାଉଣ୍ତ ନେକ୍ ଟି ସାର୍ଟ ପିନ୍ଧିଛନ୍ତି। ପାଖରେ ପର୍ସ କିମ୍ବା ମୋବାଇଲ୍ ନ ଥିବା ବେଳେ ପଇତା ପିନ୍ଧିଥିବା ଦେଖିବାକୁ ମିଳିଥିଲା। ତାଙ୍କ ଉଚ୍ଚତା ପ୍ରାୟ ୫ ଫୁଟ ୭ ଇଞ୍ଚ। ଶାରୀରିକ ଗଠନରୁ ଜିମ୍ ଯାଉଥିବା ପୁଲିସ ଅନୁମାନ କରୁଛି। ତେଣୁ ତାଙ୍କୁ ହତ୍ୟା କରିବାକୁ ଅତି କମ୍ରେ ଦୁଇରୁ ତିନି ଜଣ ଦୁର୍ବୃତ୍ତଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି। ରାତି ୧୨ଟା ପରେ ହତ୍ୟାକାଣ୍ତ ଘଟିଥିବା ପାରିପାର୍ଶ୍ବିକ ସ୍ଥିତରୁ ଜଣାପଡ଼ିଛି। ମୃତ ଯୁବକ ଜଣକ ଭ˚ଜନଗର କିମ୍ବା ନୟାଗଡ଼ ଅଞ୍ଚଳରର ଅଟୋ ଚାଳକ ବୋଲି ଚର୍ଚ୍ଚା ହେଉଛି। ଅନ୍ୟପଟେ ତାଙ୍କ ହାତରେ ଗ୍ୟାରେଜ୍ କଳା ଲାଗିଥିବାରୁ ସେ କୌଣସି ଗ୍ୟାରେଜ୍ର କର୍ମଚାରୀ ବୋଲି ମଧ୍ୟ ସନ୍ଦେହ କରାଯାଉଛି। ବାଦାମବାଡ଼ି ଥାନା ପୁଲିସ କଟକର ସମସ୍ତ ଅଟୋ ଚାଳକ ସ˚ଘ ଏବ˚ ଗ୍ୟାରେଜ ମାଲିକଙ୍କୁ ବ୍ୟକ୍ତିଗତ ଭାବେ ଫଟୋ ପଠାଇଛି। ସେଭଳି କୌଣସି ସୂଚନା ମିଳିଲେ ତୁରନ୍ତ ପୁଲିସକୁ ଖବର ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।
ବାଦାମବାଡ଼ି ପୁଲିସ ପକ୍ଷରୁ ଦ୍ବୈତନଗରୀ କମିସନରେଟ୍ ପୁଲିସ ସମେତ ରାଜ୍ୟର ୬୭୫ ଥାନାକୁ ଏ ସଂପର୍କରେ ଖବର ଦିଆଯାଇଛି। କୌଣସି ନିଖୋଜ ସ˚କ୍ରାନ୍ତ ମାମଲା ଆସିଲେ ତୁରନ୍ତ କଟକ କମିସନରେଟ୍ ପୁଲିସକୁ ଯୋଗାଯୋଗ କରିବାକୁ କୁହାଯାଇଛି। ଅନ୍ୟପଟେ କମିସନରେଟ୍ ପୁଲିସର ଫେସ୍ବୁକ ପେଜ୍, ପୁଲିସ ବିଭାଗର ୪ଟି ହ୍ବାଟ୍ସଆପ୍ ଗ୍ରୁପରେ ଫଟୋ ଏବ˚ ସୂଚନା ଦିଆଯାଇଛି।