ନୂଆଦିଲ୍ଲୀ: ଦେହରେ ସ୍କୁଟି ବାଜିଯିବାରୁ ଯୁବକଙ୍କୁ ଛୁରୀ ଭୁଶି ହତ୍ୟା। ଦିଲ୍ଲୀର ଗୀତା କଲୋନି ଅଞ୍ଚଳରେ ଘଟିଛି ଏହି ଆଶ୍ଚର୍ଯ୍ୟଜନକ ଘଟଣା । ଏଠାରେ ଜଣେ ଯୁବକଙ୍କୁ ସର୍ବସାଧାରଣରେ ଛୁରୀ ଭୁସି ହତ୍ୟା କରାଯାଇଛି କାରଣ ତାଙ୍କ ସ୍କୁଟି ରାସ୍ତାରେ ଠିଆ ହୋଇଥିବା ଜଣେ ଅଭିଯୁକ୍ତର ଦେହରେ ସାମାନ୍ୟ ବାଜିଯାଇଥିଲା। ଘଟଣା ସମ୍ପର୍କରେ ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ମୃତକଜଣକ ୨୧ବର୍ଷୀୟ ୟଶ ବୋଲି ଚିହ୍ନଟ କରିଛି। ୟଶ ତାଙ୍କ ପିତାମାତାଙ୍କ ଏକମାତ୍ର ପୁଅ ଥିଲେ। ଏହି ଘଟଣାରେ ସମ୍ପୃକ୍ତ ତିନି ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଅମନ, ରେହାନ ଏବଂ ଲକି।
ପୁଲିସର ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ, ୟଶଙ୍କ ସ୍କୁଟିଟି ରାସ୍ତାରେ ଠିଆ ହୋଇଥିବା ଜଣେ ଅଭିଯୁକ୍ତ ଦେହରେ ସାମାନ୍ୟ ଧକ୍କା ହୋଇଥିଲା। ଏହି ସାମାନ୍ୟ କଥାକୁ ନେଇ ଉଭୟ ପକ୍ଷ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା, ଯାହା ପରେ ଝଗଡ଼ା ବଢ଼ିଥିଲା। ଝଗଡ଼ା ବଢ଼ିବାରୁ ରାଗରେ ଅଭିଯୁକ୍ତମାନେ ହଠାତ୍ ଏକ ଛୁରୀ ବାହାର କରି ପଛରୁ ୟଶଙ୍କୁ ଆକ୍ରମଣ କରିବାକୁ ଲାଗିଲେ। ଗୁରୁତର ଆହତ ୟଶଙ୍କୁ ସ୍ଥାନୀୟ ଲୋକମାନେ ତୁରନ୍ତ ନିକଟସ୍ଥ ଡାକ୍ତରଖାନାକୁ ନେଇଯାଇଥିଲେ, କିନ୍ତୁ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/06/28/tafef-2025-06-28-15-14-52.jpg)