ଭରତପୁର ତାରିଣୀ ବସ୍ତିରେ ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ସଂଦେହ

ଭୁବନେଶ୍ବର : ଭୁବନେଶ୍ବର ଉପକଣ୍ଠ ଭରତପୁରରେ ଜଣେ ଯୁବତୀଙ୍କ ମୃତଦେହ ଜବତ ହୋଇଛି । ଉକ୍ତ ଯୁବତୀଙ୍କୁ ହତ୍ୟା କରି ଫିଙ୍ଗି ଥିବା ସଂଦେହ କରାଯାଉଛି । ଭୋଜିଭାତ କରି ଯୁବତୀଙ୍କୁ ହତ୍ୟା କରାଯାଇଥିବା ସଂଦେହ କରାଯାଉଛି । ଘଟଣାସ୍ଥଳରେ ଭରତପୁର ଥାନା ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ତଦନ୍ତ ଲାଗି  ଫରେନସିକ ଟିମ ଏବଂ ବରିଷ୍ଠ ପୁଲିସ ଅଧିକାରୀ ପହଞ୍ଚିଛନ୍ତି । ମୃତା ଯୁବତୀଙ୍କ ନାମ ସୁରେଖା ପଲେଇ ଓ ସେ ବ୍ରହ୍ମଗିରି ଅଞ୍ଚଳର ବୋଲି ଜଣାପଡ଼ିଛି ।  ତାଙ୍କ ମୃତଦେହ ନିକଟରୁ ୨ଟି ମୋବାଇଲ ଜବତ କରିଛି ପୁଲିସ ।

ଗତକାଲି ରାତିରେ ଯୁବତୀଙ୍କ ସହ କିଛି ଯୁବକ ଭୋଜି କରିଥିଲେ । ଯୁବତୀଙ୍କ ମୃତ୍ୟ ପରେ ମର ଶରୀରକୁ ଅନ୍ୟ ଏକ ଘରେ ପକାଇ ହତ୍ୟାକରୀମାନେ ଫେରାର ହୋଇଯାଇଥିଲେ । ଯୁବତୀଙ୍କ ବେକରେ ଦାଗ ରହିଛି। ତାଙ୍କୁ ହତ୍ୟା କରାଯାଇଛି କିମ୍ବା ସେ ଆତ୍ମହତ୍ୟା କରିଛନ୍ତି ତାହା ସନ୍ଦେହ ଘେରରେ ରହିଛି। ଅଧିକ ତଦନ୍ତ ପରେ ଘଟଣା ଉପରୁ ପରଦା ହଟିବ।

 

ସମ୍ବନ୍ଧିତ ଖବର