ପଡ଼ୋଶୀ ଘର କାଠ ବାକ୍ସରୁ ମିଳିଲା ଶିଶୁର ମୃତଦେହ, ଦେଢ଼ ବର୍ଷ ପୂର୍ବେ କରାଯାଇଥିଲା ଅପହରଣ

ଗାଜିଆବାଦ୍‌ : ଦେଢ଼ ବର୍ଷ ପୂର୍ବେ ଅପହରଣ କରାଯାଇଥିବା ୪ବର୍ଷିୟ ଶିଶୁର ମୃତଦେହକୁ ଏବେ ଖୋଜି ପାଇଛନ୍ତି ପରିବାର ଲୋକେ । ପଡ଼ୋଶୀଙ୍କ ଛାତରେ ଥିବା ଏକ କାଠ ବାକ୍ସରୁ ଶିଶୁର ମୃତଦେହ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି । ୪ ବର୍ଷର ଜୈଦ୍‌ ମହମ୍ମଦଙ୍କୁ ୨୦୧୬ରେ ଅପହରଣ କରାଯାଇଥିବା ବେଳେ ସେ ସମୟରେ ତାଙ୍କର କୌଣସି ପତ୍ତା ମିଳି ନ ଥିଲା । ତେବେ ଗତ ଶୁକ୍ରବାର ଅଧିକ ବର୍ଷା ହେବା ଯୋଗୁଁ ଜୈଦ୍‌ ମହମ୍ମଦଙ୍କ ପଡ଼ୋଶୀଙ୍କ ଛାତରେ ଥିବା ଏକ କାଠ ବାକ୍ସ ତଳକୁ ଖସି ପଡ଼ିଥିଲା । ଶନିବାର ସକାଳୁ ଲୋକଙ୍କ ନଜର ସେହି ବାକ୍ସ ଉପରେ ପଡ଼ିବା ପରେ ଭିତରର ଦୃଶ୍ୟ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ବାକ୍ସ ଭିତରେ ଦେଢ଼ ବର୍ଷ ପୂର୍ବରୁ ଅପହରଣ କରାଯାଇଥିବା ଜୈଦ୍‌ ମହମ୍ମଦଙ୍କ ମୃତଦେହ ଥିଲଶ।

Thailand Law

ସୂଚନା ମୂତାବକ, ୨୦୧୬ରେ ଜୈଦ୍‌ ମହମ୍ମଦଙ୍କ ଅପହରଣ ପରେ ଅପହରଣକାରୀମାନେ ଟଙ୍କା ମାଗିଥିଲେ । ପରିବାର ଲୋକେ ଟଙ୍କା ଦେବା ପରେ ମଧ୍ୟ ଜୈଦ୍‌ ମହମ୍ମଦକୁ ସେମାନେ ଛାଡ଼ି ନଥିଲେ । ଏ ନେଇ ପୁଲିସରେ ଅଭିଯୋଗ ହେବା ପରେ ପୁଲିସ ତଦନ୍ତ କରି ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । କିନ୍ତୁ ଜୈଦ୍‌ ମହମ୍ମଦଙ୍କ କୌଣସି ପତ୍ତା ମିଳି ନ ଥିଲା । ଶୁକ୍ରବାରର ପଡ଼ୋଶୀଙ୍କ ଛାତରୁ ଜୈଦ୍‌ ମହମ୍ମଦଙ୍କ ମୃତ ଦେହ ମିଳିବା ଏହି ମାମଲାକୁ ଏକ ନୂଆ ମୋଡ଼ ଦେଇଛି । ବନ୍ଦ ହୋଇ ଆସୁଥିବା ମାମଲାଟି ଏବେ ପୁଣି ଖୋଲିଛି । ଛାତ ଉପରକୁ ସେହି ବାକ୍ସ କିପରି ଆସିଲା ସେ ନେଇ ପଚରାଯିବା ପରେ ୨୦୧୬ରେ ଶେଷ ଥର ପାଇଁ ଛାତକୁ ସଫା କରାଯାଇଥିଲା । ତା’ ପରଠାରୁ କେହି ଉପରକୁ ଆସି ନାହାନ୍ତି ବୋଲି ପଡ଼ୋଶୀ ମତ ରଖିଥିଲେ । ତେବେ ପଡ଼ୋଶୀଙ୍କ କଥାରେ ସନ୍ଦେହ କରି ପୁଲିସ ଏ ନେଇ ପୁଣି ଖୋଳତାଡ ଆରମ୍ଭ କରିଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର