ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଳୀର ଫତେହପୁରରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜଣେ ୮ ବର୍ଷର ଶିଶୁ ରାଗର ବଶବର୍ତ୍ତୀ ହୋଇ ଜଣେ କୁନି ବାଳକର ହତ୍ୟା କରିଥିବା ଅଭିଯୋଗ ହୋଇଛି। ଶିଶୁଟିର ବଡ଼ ଭଉଣୀ ଉପରେ ଥିବା ରାଗ ସୁଝାଇବା ପାଇଁ ସେ ଏପରି କରିଥିବା ଜାଣିବାକୁ ମିଳିଛି। ଅଭିଯୁକ୍ତ ଶିଶୁକୁ ଏବେ ବାଳ ସୁଧାର ଗୃହକୁ ପଠାଯିବ ବୋଲି ସୂଚନା ରହିଛି।
ପୁଲିସ୍ ଦେଇଥିବା ସୂଚନାରୁ ଜାଣିବାକୁ ମିଳିଛି ଯେ ମୃତ ବାଳକର ବଡ଼ ଭଉଣୀ ଅଭିଯୁକ୍ତର ସାନ ଭାଇକୁ ଠେଲି ଦେଇଥିବାରୁ ସମାନ୍ୟ ଆଘାତ ଲାଗିଥିଲା। ସେହି ରାଗକୁ ସୁଝାଇବା ପାଇଁ ଆଠ ବର୍ଷିଅ ବାଳକ ପ୍ରତିଶୋଧ ପରାୟଣ ହୋଇ ଏପରି ନିଷ୍ପତ୍ତି ନେଇଥିବା ଜାଣିବାକୁ ମିଳିଛି।
ପୁଲିସ୍ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ଫତେହ୍ପୁର ବେରି ପୁଲିସ୍ ଷ୍ଟେସନ୍ରେ ଏ ନେଇ ଏକ ମାମଲା ରୁଜୁ ହୋଇଛି। ତେବେ, ପୁଲିସ୍ ପ୍ରାଥମିକ ତଦନ୍ତ କରିବାକୁ ଜାଣିବାକୁ ପାଇଛି ଯେ ଅଭିଯୁକ୍ତର ବାପା ଜଣେ ଦିନ ମଜୁରିଆ।