ଛଅ ମାସରେ ୧୦ ଜଣଙ୍କୁ ହତ୍ୟା କରିଥିବା ଅପରାଧୀ ଗିରଫ

ଆହ୍ଲାବାଦ:ଜଣେ ୩୮ବର୍ଷୀୟ ବ୍ୟକ୍ତିଗତ ଛଅ ମାସରେ ୧୦ ଜଣଙ୍କୁ ହତ୍ୟା କରିଥିଲା। ସେ କୁମ୍ଭମେଳାରେ ଆଉ ଦୁଇଜଣଙ୍କୁ ମାରିବା ଲାଗି ଯୋଜନା କରୁଥିବା ବେଳେ ପୁଲିସ ହାତରେ ଧରା ପଡ଼ିଛି। ଆଗରୁ ସେହି ବ୍ୟକ୍ତି ଯେଉଁ ତିନି ଜଣଙ୍କ ଉପରେ ଆକ୍ରମଣ କରିଥିଲା,ସେମାନେ ଏବେ ବି ହସ୍ପିଟାଲରେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି।


ଆହ୍ଲାବାଦର ସ୍ୱତନ୍ତ୍ର ପୁଲିସ ଅଧିକ୍ଷକ ନିତିନ ତିଓ୍ଵାରୀଙ୍କ ସୂଚନା ଅନୁଯାୟୀ ଅଭିଯୁକ୍ତର ନାଆଁ କଲୁଓ୍ଵା ଓରଫ ସାଇଁ ବାବା ଓରଫ ସୁଭାଷ। ସେ ଶୋଇଥିବା ଲୋକଙ୍କୁ ଧାରୁଆ ଅସ୍ତ୍ରରେ କାଟି ହତ୍ୟା କରିଥାଏ। ସିସିଟିଭି କ୍ୟାମେରାରୁ ଏହି ହତ୍ୟାକାରୀ ସଂପର୍କରେ ସୁରାକ୍‌ ମିଳିବାପରେ ପୁଲିସ ତାକୁ ଗିରଫ କରିବାରେ ସକ୍ଷମ ହୋଇଥିଲା ବୋଲି ନିତିନ ତିଓ୍ଵାରୀ କହିଛନ୍ତି। ତେବେ ସେ କାହିଁକି ଏଭଳି ହତ୍ୟା କରିଥାଏ,ତାହାର ସଠିକ୍‌ କାରଣ ଜଣାପଡ଼ି ନାହିଁ। ଏହା ପୂର୍ବରୁ ସେହି ଅଭିଯୁକ୍ତ ଧରିବା ଲାଗି ୫୦ହଜାର ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ଅଭିଯୁକ୍ତ ଆହ୍ଲାବାଦର କିଦଗଂଜ,ପ୍ୟାରେଡ ପଡିଆ ଓ କୁମ୍ଭମେଳା ଅଞ୍ଚଳରେ ୧୦ଟି ହତ୍ୟା କରିସାରିଛି।

ସମ୍ବନ୍ଧିତ ଖବର