ଭିଡ଼ ହିଂସାର କରୁଣ ପରିଣତି: ମୃତ୍ୟୁ ଦୁଆରେ ପହଞ୍ଚିଲେ ବାହା ହେବା ପାଇଁ ଘରକୁ ଆସିଥିବା ମୁସ୍‌ଲମାନ ଯୁବକ

ଝାଡ଼ଖଣ୍ଡ: ଭିଡ଼ ହିଂସାକୁ ସରକାର ବିରୋଧ କରିବା ସତ୍ତ୍ୱେ ମଧ୍ୟ ଏବେ ବ ଅନେକ ସ୍ଥାନରେ ଭିଡ଼ ହିଂସାର କରୁଣ ପରିସ୍ଥିତି ଦେଖିବାକୁ ମିଳୁଛି। ଗତ ୧୮ ତାରିଖରେ ଝାଡ଼ଖଣ୍ଡର ଜଣେ ମୁସ୍‌ଲମାନ ଯୁବକଙ୍କୁ ସ୍ଥାନୀୟ ଲୋକେ ଚୋର ବୋଲି ସନ୍ଦେହ କରିବା ପରେ ମାରି ମାରି ଯୁବକଙ୍କ ଅବସ୍ଥା ଖରାପ କରିଥିଲେ। ଯୁବକ ଜଣକ ଗୁରୁତର ଅବସ୍ଥାରେ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ ଓ ୨୨ ତାରିଖରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

ଭିଡ଼ ହିଂସାର ଶିକାର ହୋଇଥିବା ପୀଡ଼ିତ ଯୁବକ ଜଣକ ହେଉଛନ୍ତି ଖରସାଓ୍ଵନ ଜିଲ୍ଲାର ୨୪ ବର୍ଷିଅ ତବରେଜ ଅନ୍‌ସରି। ତବରେଜଙ୍କୁ ଜଣେ ବ୍ୟକ୍ତି ଏକ କାଠରେ ପିଟୁଥିବା ବେଳର ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ସେଥିରେ ବିକଳ ହୋଇ ତବ୍‌ରେଜ୍‌ ତାଙ୍କୁ ଛାଡ଼ି ଦେବା ପାଇଁ ନେହୁରା ହେଉଛନ୍ତି। ସେହିପରି ଭାଇରାଲ୍‌ ହୋଇଥିବା ଆଉ ଏକ ଭିଡିଓରେ ଦେଖିବାକୁ ମିଳିଛି ଯେ ତବ୍‌ରେଜଙ୍କୁ ଘେରି ରହିଥିବା ଲୋକମାନେ ଜୋର୍‌ଜବରଦସ୍ତ ‘ଜୟ ଶ୍ରୀ ରାମ’ କହିବା ପାଇଁ ବାଧ୍ୟ କରୁଛନ୍ତି।

 

ତବରେଜ ଜଣେ ଦିନ ମଜୁରିଆ। ସେ ନିଜ ପରିବାର ସହ ଇଦ୍‌ ମନାଇବା ପାଇଁ ଖରସାଓ୍ଵନ ଜିଲ୍ଲାରେ ଥିବା ତାଙ୍କ ଗାଁକୁ ଆସିଥିଲେ। ତାଙ୍କର ବିବାହ ପାଇଁ ପରିବାର ଲୋକେ ପ୍ରସ୍ତାବ ଦେଖିବାକୁ ତାଙ୍କୁ ଘରକୁ ଡକାଇଥିଲେ। ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର