ଅଲ୍ଓ୍ଵାର୍: ଶୁକ୍ରବାର ବିଳମ୍ବିତ ରାତ୍ରୀରେ ରାମଗଡ଼ ଠାରେ ଜଣେ ବ୍ୟକ୍ତିଙ୍କୁ ପିଟି ପିଟି ହତ୍ୟା କରାଯାଇଛି।
୨୮ ବର୍ଷିୟ ଆକବର ଖାଁ ନାମକ ସେ ବ୍ୟକ୍ତି ହରିୟାଣା ଅନ୍ତର୍ଗତ ନିଜ ଗାଁ କୋଲଗାଓଁରୁ ଦୁଇଟି ଗାଈ ନେଇ ରାମଗଡ଼ର ଲାଲଓ୍ଵାନ୍ଦି ଗାଁ’କୁ ଯାଉଥିବା କୁହାଯାଉଛି। ସେ ଚୋରାରେ ଗୋରୁ ଚାଲାଣ କରୁଛନ୍ତି ବୋଲି ଲୋକମାନଙ୍କର ସନ୍ଦେହ ହେବାରୁ ସେମାନେ ତାଙ୍କୁ ନିର୍ଦ୍ଦୟ ଭାବେ ପିଟି ପିଟି ମାରି ପକାଇଲେ।
ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତପ୍ରାୟ ଆହତ ଆକବରଙ୍କୁ ନିକଟରେ ଥିବା ଡାକ୍ତରଖାନାକୁ ନେଇଥିଲା। ଡାକ୍ତରଖାନାରେ ଚିକିତ୍ସା ଚାଲିଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।
ଶବ ଅଲ୍ଓ୍ଵାର୍ ସରକାରୀ ଡାକ୍ତରଖାନାର ଶବାଗାରରେ ରଖାଯିବା ପରେ ବ୍ୟବଚ୍ଛେଦ ପାଇଁ ପଠା ଯାଇଛି। ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିବା ସହ ପୁଲିସ ସନ୍ଧାନୀ ସ୍ୱାନ ସହ ଘଟଣାର ତଦନ୍ତ କରୁଛି।
ଅଲ୍ଓ୍ଵାର୍ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍ ଅନୀଲ ବେନିଓ୍ଵାଲ୍ କହନ୍ତି: ଖୁବ୍ ଶୀଘ୍ର ଗିରଫଦାରି କରାଯିବ। ସେ ଗାଈ ଚୋରାଚାଲାଣକାରୀ କି, ନାହିଁ ସ୍ପଷ୍ଟ ହୋଇ ପାରିନାହିଁ। ଆମେ ଅପରାଧୀମାନଙ୍କୁ ଚିହ୍ନଟ କରି ଗରିଫ କରିବାକୁ ଉଦ୍ୟମ କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/alwar-lynching.jpg)