୮୨ ବର୍ଷୀୟ ମୁସଲମାନ୍‌ ବୃଦ୍ଧଙ୍କୁ ହତ୍ୟା ମାମଲାରେ ୧୩ ଗିରଫ

ପାଟନା: ବିହାରର ସୀତାମଢୀରେ ଜଣେ ୮୨ ବର୍ଷୀୟ ମୁସଲମାନ୍‌ ବୃଦ୍ଧଙ୍କୁ ହତ୍ୟା କରାଯାଇଥିଲା। ତା’ପରେ ତାଙ୍କ ଶବକୁ ଜାଳି ଦେବା ଲାଗି ମଧ୍ୟ ପ୍ରୟାସ କରାଯାଇଥିଲା। ଏହି ମାମଲାରେ ପୁଲିସ ଏଯାଏଁ ୧୩ ଜଣଙ୍କୁ ଗିରଫ କରିଛି। ଅନ୍ୟ ଛଅ ଜଣ ହତ୍ୟାକାରୀଙ୍କୁ ପୁଲିସ ଖୋଜୁଛି।
ଏହି ଘଟଣା ଘଟିଥିଲା ଗତ ଦଶହରା ଅବସରରେ ଦୁର୍ଗାପୂଜା ଭସାଣୀ ବେଳେ। ସେତେବେଳେ ଏକ ମୁସଲମାନ ବହୁଳ ଅଞ୍ଚଳ ଦେଇ ମେଢ ଯାଉଥିବା ବେଳେ ମୂର୍ତ୍ତି ଉପରକୁ କେତେକ ମୁସଲମାନ୍‌ ଲୋକେ ପଥର ଫିଙ୍ଗିଥିଲେ। ମୂର୍ତ୍ତି କ୍ଷତିଗ୍ରସ୍ତ ମଧ୍ୟ ହୋଇତିଲା। ଏହାପରେ ସେହି ଅଞ୍ଚଳରେ ଉତ୍ତେଜନା ଖେଳିଯାଇଥିଲା। ସେହି ସମୟରେ ଜୈନୁଲ୍‌ ଅନ୍‌ସାରୀ ନିଜ ଭଉଣୀ ଘରୁ ସାଇକେଲରେ ଫେରୁଥିଲେ। ତାଙ୍କୁ କେତେକ ସ୍ଥାନୀୟ ଲୋକ ନ ଯିବା ଲାଗି ଚେତାବନୀ ଦେଇଥିଲେ କି ସେ ସେଥିପ୍ରତି ଧ୍ୟାନ ଦେଇ ନଥିଲେ।

କିଛି ସମୟ ପରେ ଜୈନୁଲଙ୍କ ଆଗରେ ଭିଡ ଜମିଗଲା ଓ ସେମାନେ ଘଟଣାସ୍ଥଳରେ ହିଁ ଜୈନୁଲଙ୍କୁ ମାରି ଦେଇଥିଲେ। ପୁଲିସର ସୂଚନା ଅନୁଯାୟୀ ସମସ୍ତ ଅଭିଯୁକ୍ତଙ୍କ ବୟସ ୨୦ ବର୍ଷ ପାଖାପାଖି।

ସମ୍ବନ୍ଧିତ ଖବର