ନାବାଳିକାଙ୍କୁ ଦୁଷ୍କର୍ମ କରିବା ପରେ ଅଶ୍ଳୀଳ ଭିଡିଓକୁ ସୋସିଆଲ ମିଡିଆରେ ପୋଷ୍ଟ କଲା ଦୋକାନୀ

ଲକ୍ଷ୍ମୌ: ଉତ୍ତରପ୍ରଦେଶର ମୁଜଫରନଗରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ଦୋକାନୀ ୧୬ବର୍ଷର ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରି ଦୁଷ୍କର୍ମ ସମୟର ଘଟଣାକୁ ଫୋନରେ ରେକର୍ଡ କରିଥିଲା। ପରେ ଏହି ଭିଡିଓକୁ ସେ ସୋସିଆଲ ମିଡିଆରେ ପୋଷ୍ଟ କରି ଦେଇଥିଲା।

ପୁଲିସ ସୂତ୍ରରୁ ପ୍ରକାଶ, ପୀଡିତାଙ୍କ ପରିବାରଲୋକ ଏହି ଦୁଷ୍କର୍ମ ଘଟଣାକୁ ନେଇ ପୁଲିସରେ ମାମଲା ରୁଜୁ କରିଛନ୍ତି। ତେବେ ପୀଡିତା ଦୋକାନକୁ କିଛି ସାମଗ୍ରୀ କିଣିବାକୁ ଯାଇଥିଲା। ଏହି ସମୟରେ ଦୋକାନରେ କେହି ଲୋକ ନଥିବାରୁ ସୁଯୋଗ ନେଇ ଦୋକାନୀ ନାବାଳିକା ସହିତ ଜୋରଜବରଦସ୍ତି ଦୁଷ୍କର୍ମ କରିଥିଲା। ଆଉ ଘଟଣାର ଦୃଶ୍ୟକୁ ନିଜ ଫୋନରେ ରେକର୍ଡ କରିଥିଲା। ଆଉ ଏହାକୁ ସୋସିଆଲ ମିଡିଆରେ ପୋଷ୍ଟ କରି ଦେଇଥିଲା।

ପୀଡିତା ଘରେ ପହଞ୍ଚି କିଛିଦିନ ଚୁପ ରହିଥିଲା। ପରେ ଘଟଣା ସମ୍ପର୍କରେ ପରିବାରଲୋକଙ୍କୁ ଜଣାଇଥିଲା। ଏହାପରେ ପରିବାରଲୋକ ଦୁଷ୍କର୍ମକାରୀ ବିରୋଧରେ ପୁଲିସ ଷ୍ଟେସନରେ ମାମଲା ରୁଜୁ କରିଥିଲେ। ଏହାକୁ କେନ୍ଦ୍ର କରି ପୁଲିସ ଉକ୍ତ ଦୋକାନୀକୁ ଗିରଫ କରି ପୋକସୋ ଅଧିନିୟମ ଅନୁଯାୟୀ ମାମଲା ରୁଜୁ କରିଛି।

ସମ୍ବନ୍ଧିତ ଖବର