ମୁଜାଫରନଗର: ୨୫ ବର୍ଷିୟ ପ୍ରେମିକ ଉପରେ ଏସିଡ୍‌ ଢାଳିଲା ୪୦ ବର୍ଷୀୟ ପ୍ରେମିକା

ମୁଜାଫରନଗର: ୨୫ ବର୍ଷିୟ ପ୍ରେମିକ ଦ୍ୱାରା ପ୍ରତ୍ୟାଖ୍ୟିତ ହୋଇ ଜଣେ ୪୦ ବର୍ଷୀୟ ମହିଳା ଶୁକ୍ରବାର ବିଳମ୍ବିତ ରାତିରେ ନୟି ମଣ୍ଡି ଠାରେ ଥିବା ତାଙ୍କ ଅଫିସ୍‌କୁ ଯାଇ ତାଙ୍କ ଉପରେ ଏସିଡ୍‌ ପକାଇ ଦେଇଛନ୍ତି।

ପୀଡ଼ିତ ଯୁବକଙ୍କୁ ବଡ଼ ସାଙ୍ଘାତିକ ଅବସ୍ଥାରେ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା ବେଳେ ଅଭିଯୁକ୍ତା କୌଣସିମତେ ଘଟଣାସ୍ଥଳରୁ ଖସି ଯାଇଛନ୍ତି। ମାମଲା ରୁଜୁ କରାଯିବା ପରେ ପୁଲସି ତାଙ୍କୁ ଖୋଜାଖୋଜି କରୁଛି।

ବିବାହିତା ଏବଂ ୬ ପିଲାଙ୍କ ଜନନୀ ସେ ମହିଳା ମେହରାଜ ବେଗମଙ୍କର ଦିଲଶାଦ୍‌ ଅହମ୍ମଦଙ୍କ ସହ ସ୍ନେହ ସମ୍ପର୍କ ଥିଲା। ପୁଲିସ କହିବା ଅନୁସାରେ, ଅହମଦ୍‌ ଅଭିଯୁକ୍ତାଙ୍କୁ ଏଡ଼ାଇ ଦେବାକୁ ଚେଷ୍ଟା କରୁଥିଲା। ଏ କଥା ମେହରାଜ୍‌ଙ୍କ ଦେହରେ ଯାଉ ନ ଥିଲା। କିଛି ଦିନ ତଳେ ଦେଓବନ୍ଦ ଜିଲ୍ଲା ଅନ୍ତର୍ଗତ ଶାହାରନପୁରରେ ବସବାସ କରୁଥିବା ସେ ପ୍ରେମିକ-ପ୍ରେମିକାଙ୍କ ମଧ୍ୟରେ କିଛି ଦିନ ତଳେ ଯୁକ୍ତିତର୍କ ହୋଇଥିଲା। ଏଇ କଥାରୁ ଦିଲଶାଦ ବେଗମଙ୍କୁ ଛାଡ଼ି ଚାଲି ଆସିଥିଲେ।

ଏସିଡ୍‌ ପଡ଼ି ଦିଲ୍‌ଶାଦଙ୍କ ମୁହଁ, ଆଖି ଏବଂ କାନ୍ଧ ପୋଡ଼ି ଯାଇଛି। ଅଧିକ ଚିକିତ୍ସା ପାଇଁ ତାଙ୍କୁ ମିରଟ୍‌ ଡାକ୍ତରଖାନାକୁ ରେଫର କରାଯାଇଛି।
ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଲା ଭିତରେ ବେଗମ ଫେରାର ହୋଇ ଯାଇଥିଲେ। ପରେ ପୁଲିସ ତାଙ୍କ ଦେଓବନ୍ଦ ଘରେ ଚଢ଼ାଉ କରିଥିଲା କିନ୍ତୁ, ତାଙ୍କୁ ପାଇ ନ ଥିଲା।

ସମ୍ବନ୍ଧିତ ଖବର