ମୁଜାଫରପୁର ସେଲ୍‌ଟର ହୋମ୍‌ ନାବାଳିକା ଦୁଷ୍କର୍ମ ମାମଲାର ମୁଖ୍ୟ ଖଳନାୟକ ବ୍ରିଜେଶ ଠାକୁରର ଡ଼ାହାଣ ହାତ ମଧୁକୁ ଖୋଜୁଛି ପୁଲିସ, ଜାଣନ୍ତୁ ମଧୁର କଳାକାରନାମାର କାହାଣୀ

ମୁଜାଫରପୁର : ମୁଜାଫରପୁରର ସେଲ୍‌ଟର ହୋମ୍‌ ଦୁଷ୍କର୍ମ ମାମଲା ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଏହି ମାମଲାକୁ ନେଇ ପ୍ରତିଦିନ ନୂଆ ନୂଆ ମୋଡ଼ ଆସିବାରେ ଲାଗିଛି । ସେଲ୍‌ଟର ହୋମରେ ୪୨ଜଣ ଥିବା ବେଳେ ୩୪ଜଣ ଅନ୍ତେବାସିନୀଙ୍କ ସହ ଦୁଷ୍କର୍ମ କରାଯାଇଥିବା ଖବର ସାମ୍ନାକୁ ଆସିଥିଲା । ଏହି ଘଟଣାର ଖୁଲାସା ହେବା ପରେ ଏବେ ଏହାର ମୁଖ୍ୟ ଖଳନାୟକ ବ୍ରିଜେଶ ଠାକୁରଙ୍କୁ ପୁଲିସ ଗିରଫ କରି ନେଇଛି । କିନ୍ତୁ ବ୍ରିଜେଶଙ୍କ ଗିରଫ ପରେ ଆଉ ଜଣଙ୍କ ନାଁକୁ ନେଇ ତଦନ୍ତ ଆରମ୍ଭ କରିଛି ପୁଲିସ । ବ୍ରିଜେଶଙ୍କ ଡ଼ାହାଣ ହାତ କୁହାଯାଉଥିବା ମଧୁ ନାମକ ଜଣେ ମହିଳାଙ୍କୁ ଏବେ ପୁଲିସ ଖୋଜି ବାହାର କରିବାରେ ଲାଗି ପଡ଼ିଥିବା ଜଣାପଡ଼ିଛି । ମଧୁ ବ୍ରିଜେଶଙ୍କ ଏହି ସମ୍ରାଜ୍ୟାର ଦେଖା ଶୁଣା ସହ ଅନ୍ତେବାସୀଙ୍କୁ ଆଣି ଯୋଗାଉଥିବା ସୂଚନା ସାମ୍ନାକୁ ଆସିଛି । ସେଲ୍‌ଟର ହୋମ୍‌ର ଖଳନାୟିକାଙ୍କ ଇତିହାସ ଏବେ ସାମ୍ନାକୁ ଆସିବା ପରେ ତାଙ୍କୁ ନେଇ ଅନେକ ଚର୍ଚ୍ଚା ଆରମ୍ଭ ହୋଇଛି ।

Taxscan

ସୂଚନା ମୁତାବକ, ମୁଜାଫରପୁରର ରେଡ଼୍‍ଲାଇଟ୍‌ ଅଞ୍ଚଳରେ ମଧୁ ଦେହ ଦେହଜୀବୀ ଭାବେ କାମ କରିବା ଆରମ୍ଭ କରିଥିଲେ । କିନ୍ତୁ ୨୦୦୧ରେ ଆଇପିଏସ୍‌ ଅଧିକାରୀ ଦୀପିକା ସୁରୀ ‘ଅପରେସନ ଉଜାଲା’ ଆରମ୍ଭ କରି ମୁଜାଫରପୁରରେ ଚାଲୁଥିବା ଦେହ ବ୍ୟାପାରକୁ ବନ୍ଦ କରି ଦେଇଥିଲେ । ଏହା ପରେ ଆଇପିଏସ୍‌ ଅଧିକାରୀ ଦୀପିକା ସୁରୀ ମହୋଲ୍ଲା ସୁଧାର ସମିତି ଗଠନ କରିବା ସହ ମଧୁ ଏବଂ ବ୍ରିଜେଶଙ୍କ ସମେତ ଅନ୍ୟ ୧୨ଜଣଙ୍କୁ ଏହାର ସଦସ୍ୟ ବନାଇଥିଲେ । ଏହି ସମିତି ମାଧ୍ୟମରେ ମଧୁ ପ୍ରଥମେ ବ୍ରିଜେଶଙ୍କ ସଂସ୍ପର୍ଶରେ ଆସିଥିଲେ । ଏହି ସମିତି ମୁଜାଫରପୁରରେ ଲୋକମାନଙ୍କୁ ସଚେତନ କରାଇବା କାମ ଆରମ୍ଭ କରିବା ସହ ଧିରେ ଧିରେ ସକ୍ରିୟ ହେବାକୁ ଲାଗିଲା । ଏହି ସମିତି ସକ୍ରିୟ ହେବା ପରେ ବ୍ରିଜେଶ ଆଉ ଏକ ସମାଜ ସୁଧାର ସଂଗଠନ ତିଆରି କରିବା ସହ ମଧୁକୁ ସଂଗଠନର ମୁଖ୍ୟ ବନାଇଥିଲେ । ଏହି ସଂଗଠନରେ ମଧୁଙ୍କ ଭଉଣୀ ମାଲା ଏବଂ କଲୋ ବେଗମ୍‌ ମଧ୍ୟ କାମ କରିବା ଆରମ୍ଭ କଲେ । ଦେହ ବ୍ୟାପାର ପାଇଁ ବିକ୍ରି ହେଉଥିବା ଯୁବତୀମାନଙ୍କୁ ମୁକ୍ତ କରିବା,ଏଚ୍‌ଆଇଭି ଏଡ଼୍‍ସକୁ ନେଇ ସଚେତନ କରାଇବା ଭଳି କାମ ଏହି ସଂଗଠନର ମୁଖ୍ୟ କାମ ହୋଇ ଯାଇଥିଲା । ଏହା ପରେ ସେଠାରେ ବାଳିକା ସୁଧାର ଗୃହ ବା ସେଲ୍‌ଟର ହୋମ ତିଆରି କରାଗଲା । ଯେଉଁଠିକୁ ନାବଳିକାମାନେ ଆସିବାକୁ ଲାଗିଲେ । ବାଳିକା ସୁଧାର ଗୃହ ନାମରେ ସେଠାରେ ପୁଣି ଆରମ୍ଭ ହୋଇଥିଲା ଦେହ ବ୍ୟାବସାୟ, ଯାହାର ଖଳନାୟିକା ସାଜିଥିଲେ ମଧୁ ।

ସମ୍ବନ୍ଧିତ ଖବର