ନୂଆଦିଲ୍ଲୀ: ଗୁରୁବାର ଦିନ ସିବିଆଇ ସୁପ୍ରିମ୍ କୋର୍ଟଙ୍କୁ ସୂଚନା ଦେଇଛି କି, ମୁଜାଫରପୁର ସେଲ୍ଟର୍ରେ ଅସଦାଚରଣର ସରବ୍ୟ ହୋଇଥିବା ଝିଅମାନଙ୍କ ସହ ଆଲୋଚନା କରିବା ପରେ ଜଣେ ୧୫ ବର୍ଷୀୟ ଝିଅର କଙ୍କାଳ ବିଷୟରେ ଜଣାପଡ଼ିଛି। ତାଙ୍କୁ ସେଠାରେ ହତ୍ୟା କରାଯାଇ ୨୫ ଫୁଟ୍ ଗଭୀର ଗର୍ତ୍ତରେ ପୋତି ଦିଆଯାଇଥିବା କଥା କୁହାଯାଉଛି।
ମୁଜାଫର୍ପୁର ଟ୍ରାଏଲ୍ କୋର୍ଟରେ ସିବିଆଇର ପ୍ରତିନିଧିତ୍ୱ କରୁଥିବା କାଉନ୍ସେଲ୍ ଜଷ୍ଟିସ୍ ଏମ୍ବି କୋକୁରଙ୍କ ନେତୃତ୍ୱଧୀନ ଖଣ୍ଡପୀଠଙ୍କ ସାମ୍ନାରେ ହାଜର ହୋଇଥିଲେ।
ସେ କହିଲେ କି, ଝିଅମାନଙ୍କ ସହ ଆଲୋଚନା କରିବାକୁ ସିବିଆଇ ଆହୁରି ଅଧିକ ସମୟ ଆବଶ୍ୟକ କରୁଛି। ‘ବିଦ୍ୟାସାଗର ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଣ୍ଟାଲ୍ ହେଲ୍ଥ୍ ଆଣ୍ଡ୍ ନ୍ୟୁରୋସାଇନ୍ସେସ୍’ର ସ୍ୱେଚ୍ଛାସେବକଙ୍କ ସହାୟତାରେ ସିବିଆଇ ଟିମ୍ ୧୪ ଦିନ ଧରି ଅନ୍ତେବାସୀଙ୍କ ସହ ଆଲୋଚନା କରିବା ପରେ ହତ୍ୟାକାଣ୍ଡ କଥା ଏବଂ ୧୫ ବର୍ଷୀୟ ଝିଅର ଶବ ପୋତା ହେବା କଥା ଜାଣି ପାରିଥିଲେ।
ଅକ୍ଟୋବର ୨୫ ତାରିଖ ଦିନ ଅନ୍ତେବାସୀଙ୍କ ସହ ଆଲୋଚନା ଶେଷ କରିବୁ।