ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲା: ଏଏସ୍‌ଆଇ ଗୋପାଳ ଦାସ ମାରିଥିବା ଗୁଳିକୁ ପାଇଲା କ୍ରାଇମ୍‌ବ୍ରାଞ୍ଚ୍‌

ଝାରସୁଗୁଡ଼ା : ପୂର୍ବତନ ମନ୍ତ୍ରୀ ନବ ଦାସଙ୍କୁ ପୁଲିସ ଏଏସ୍‌ଆଇ ଗୋପାଳ ଦାସ ଗୁଳି ମାରି ହତ୍ୟା କରିବା ପରେ ଏବେ ରାଜ୍ୟରେ ସେହି ଘଟଣାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ପ୍ରତିଦିନ ସେ ସଂପର୍କିତ ନୂଆ ତଥ୍ୟ ହସ୍ତଗତ ହୋଇ ଚ‌ାଲିଥିବା ବେଳେ ଏବେ ଯେଉଁ ଗୁଳିରେ ନବ ଦାସଙ୍କ ଜୀବନ ଯାଇଛି ସେ ଗୁଳି ମିଳିଛି। ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ହେବାର ୪ ଦିନ ପରେ ସେହି ଗୁଳିକୁ ଖୋଜିବାରେ ସମର୍ଥ ହୋଇଛି ତଦନ୍ତକାରୀ ଦଳ।

ଫାରୋ- ଥ୍ରୀଡି ସ୍କାନର ମାଧ୍ୟମରେ ବୈଜ୍ଞାନିକ ଅଧିକାରୀ ଓ ବାଲାଷ୍ଟିକ ବିଶେଷଜ୍ଞଙ୍କ ଦ୍ୱାରା ଏହି ଗୁଳିକୁ ଠାବ କରାଯାଇଛି। ଏହି ଗୁଳି ଏବେ କ୍ରାଇମ୍‌ବ୍ରାଞ୍ଚ ପାଇଁ ଏକ ବଡ଼ ପ୍ରମାଣ। ଯାହାକୁ ଖୋଜି ପାଇବାକୁ ସେହିଦିନରୁ ବିଭିନ୍ନ ଉପାୟ ଆପଣା ଯାଇଥିବା ବେଳେ ‌‌ଶେଷରେ ସେ ଗୁଳିଟିକୁ ପାଇଛି କ୍ରାଇମ୍‌ବ୍ରାଞ୍ଚ୍‌ ଟିମ୍‌।

ପୂର୍ବରୁ ଗୁଳିର ଖୋକା ମିଳିଥିଲା। ଏବେ ଗୁଳି ମିଳିବା ପରେ ଅଭିଯୁକ୍ତକୁ ଦୋଷୀ ପ୍ରମାଣିତ କରିବାରେ କ୍ରାଇମବ୍ରାଞ୍ଚକୁ ବଡ ସହାୟକ ହେବ। ସେପଟେ ନବ ଦାସଙ୍କ ଭିସେରାକୁ ପରୀକ୍ଷା ପାଇଁ ପଠାଯାଇଛି।

ଆମେ ଜାଣିଛେ ଯେ ଗୁଳିମାଡ଼ ପରେ ପୁଲିସ ଏଏସ୍‌ଆଇଙ୍କ ବନ୍ଧୁକକୁ କିଛି ବ୍ୟକ୍ତି ଭିଡି ନେଇଥିଲେ। ଏପରିକି ଜଣେ ଯୁବକ ପିସ୍ତଲ ଧରି ହାତ ଉପରକୁ ଉଠାଇ ବୁଲୁଥିବା କ୍ୟାମେରାରେ କଏଦ ହୋଇଥିଲା। ତେବେ ଏହି ପିସ୍ତଲଟି କାହାର ତାହା ଏଯାବତ୍‌ ଜଣା ପଡ଼ିନାହିଁ। ପିସ୍ତଲଟି ଗୋପାଳଙ୍କର ନା ଏଏସ୍‌ଆଇଙ୍କର ତାହା ଏବେ ବଡ ପ୍ରଶ୍ନବାଚୀ ପାଲଟିଛି।

ସମ୍ବନ୍ଧିତ ଖବର