‘ନାଚ ବଲିଏ’ ଓ ‘ଝଲକ ଦିଖ ଲା ଯା’ରେ ଭାଗ ନେଇଥିବା ପେସାଦାର ନୃତ୍ୟଶିଳ୍ପୀ ଗାର୍ଲଫ୍ରେଣ୍ଡ ପାଇଁ ପାଲଟିଲେ ଲୁଟେରା

ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସ ନିକଟରେ ଜଣେ ପେସାଦାର ନୃତ୍ୟଶିଳ୍ପୀଙ୍କୁ ଗିରଫ କରିଛି, ଯିଏକି ପୂର୍ବରୁ ‘ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ’, ‘ନଚ ବଲିଏ’ ଓ ‘ଝଲକ ଦିଖ ଲା ଯା’ ଭଳି ନାମୀ ନୃତ୍ୟ କାଯ୍ୟକର୍ମରେ ଭାଗ ନେଇ ସାରିଛନ୍ତି। ନିକଟରେ ସେ ଏକ ପିଜା ସପ ଲୁଟୁଥିବା ସମୟରେ ପୁଲିସ ହାତରେ ଧରାପଡ଼ିଥିଲେ। ତାଙ୍କୁ ଅର୍ଥ ସଙ୍କଟ ଲୁଟେରା ସଜାଇ ଦେଇଛି ବୋଲି ପୁଲିସ ସୂଚନା ଦେଇଛି।

ପୁଲିସ ସୂତ୍ରରୁ ପ୍ରକାଶ, ଗତବର୍ଷ ଡିସେମ୍ବର ୨୧ରେ ଦିଲ୍ଲୀ ସେକ୍ଟର ୧୨ସ୍ଥିତ ଡୋମିନୋଜ ପିଜ୍ଜାର ମ୍ୟାନେଜର ପୁଲିସକୁ ସୂଚନା ଦେଇଥିଲେ କି ୪ଜଣ ଯୁବକ ତାଙ୍କ ସପ୍‌ ଭିତରେ ପଶି ଛୁରୀ ମୁନରେ ସାଢ଼େ ତିନି ଲକ୍ଷ ଟଙ୍କାର ଲୁଟି ନେଇଥିଲେ। ପୁଲିସ ଉକ୍ତ ଲୁଟେରାଙ୍କ ବିରୋଧରେ ମାମଲା ରୁଜୁ କରି ଯାଞ୍ଚ ଆରମ୍ଭ କରିଥିଲା। ସର୍ବପ୍ରଥମେ ସିସିଟିଭି ଆଧାରରେ ରାମ ନାମକ ଜଣେ ଯୁବକକୁ ଗିରଫ କରିଥିଲା। ଗିରଫ ରାମକୁ ପୁଲିସ ଘଟଣା ସମ୍ପର୍କରେ ପଚରାଉଚରା ପରେ ଜାଣିବାକୁ ପାଇଲା ତା’ସହିତ ଅନ୍ୟ ତିନିଜଣ ବି ଏହି ଲୁଟ ମାମଲାରେ ସାମିଲ ଥିଲେ। ସେମାନଙ୍କ ମଧ୍ୟରୁ ଜଣେ ପେସାଦାର ନୃତ୍ୟଶିଳ୍ପୀ ମଧ୍ୟ ରହିଛି। ଯାହାଙ୍କ ନାମରେ ପୂର୍ବରୁ କୌଣସି ଅପରାଧିକ ମାମଲା ନଥିଲା।

ଏହାପରେ ଜାନୁଆରି ୨୨ରେ ଦ୍ୱାରକା ମୋଡ ଅଞ୍ଚଳରୁ ଉଦନାମ ଓରଫ ଆଦି ଓ ତାର ଜଣେ ସାଥୀ ବିଜୟକୁ ଗିରଫ କରିଥିଲା ପୁଲିସ। ପୁଲିସ ଯେତେବେଳେ ଉଦନାମକୁ ପଚରାଉଚରା କଲା, ଆଶ୍ଚର୍ଯ୍ୟ ହୋଇଯାଇଥିଲା।

ଉଦନାମ ପୁଲିସକୁ କହିବାନୁସାରେ, ତାର ନୃତ୍ୟ କରିବାର ରୁଚି ପିଲାଟି ବେଳୁ ରହିଥିଲା। ଏଥିପାଇଁ ଡ୍ୟାନ୍‌ର କୋଚିଂ ମଧ୍ୟ ନେଇଥିଲା। ଏହାପରେ ଧୀରେ ଧୀରେ ଡ୍ୟାନସ ଦୁନିଆରେ ନାମ କମାଇଥିଲା। ‘ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ’, ‘ନଚ ବଲିଏ’ ଓ ‘ଝଲକ ଦିଖ ଲା ଯା’ ଭଳି ନାମୀ ଟିଭି ଡ୍ୟାନ୍ସ ସୋ’ରେ ମଧ୍ୟ ସେ ଭାଗ ନେଇଥିଲା। ଏହାପରେ ଉଦନାମ ୨୦୧୪ରେ ଉତ୍ତରାଖଣ୍ଡରେ ହୋଇଥିବା ନୃତ୍ୟ ପ୍ରତିଯୋଗିତାରେ ମିଷ୍ଟର ଉତ୍ତରାଖଣ୍ଡ ଭାବେ ବିଜୟ ଲାଭ କରିଥିଲା । ଉଦନାମର ଏକ ୟୁଟୁବ୍‌ ଚାନେଲ ମଧ୍ୟ ରହିଛି। ଯେଉଁଥିରେ ସେ ନିଜର ଡ୍ୟାନ୍ସ ଭିଡିଓମାନ ପୋଷ୍ଟ କରିଥାଏ। ଏହାପରେ ସେ ଦିଲ୍ଲୀର ବଡବଡ଼ କ୍ଲବ୍‌ ଓ ବାରରେ ପେସାଦାର ଡ୍ୟାନ୍ସର ଭାବେ ଡ୍ୟାନ୍ସ କରିବା ଆରମ୍ଭ କରିଥିଲା।

ତାର ୨୦ରୁ ଊର୍ଧ୍ୱ ଗାର୍ଲଫ୍ରେଣ୍ଡ ଅଛନ୍ତି। ଯାହାଙ୍କ ପାଇଁ ଟଙ୍କା ଖର୍ଚ୍ଚ କରିବାକୁ ତାକୁ ଅଧିକ ଟଙ୍କାର ଆବଶ୍ୟକତା ପଡ଼ିଲା। ମୁମ୍ବାଇରେ ହିନ୍ଦୀ ସିନେମାରେ କାମ କରିବାର ଅଫର ମଧ୍ୟ ତାକୁ ମିଳିଥିଲା କିନ୍ତୁ ଟଙ୍କା ଅଭାବରୁ ସେଥିରେ କାମ କରି ପାରି ନଥିଲା। ଏହି ସମୟରେ ତାଙ୍କର ପଡୋଶୀରେ ରହୁଥିବା ରାମ ନାମକ ଜଣେ ଯୁବକ ସହିତ ତାର ସାକ୍ଷାତ ହୋଇଥିଲା। ଯିଏକି ପିଜା ସପ୍‌ ଲୁଟିବାର ଯୋଜନା ସମ୍ପର୍କରେ କହିଥିଲା।

ସମ୍ବନ୍ଧିତ ଖବର