ନୂଆଦିଲ୍ଲୀ: ମହାରାଷ୍ଟ୍ରର ନାଗପୁରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି।  ୩୦୦କୋଟିର ସମ୍ପତ୍ତି ପାଇଁ ବୋହୂ ଶ୍ବଶୁରଙ୍କ ଉପରେ ଗାଡ଼ି ଚଢ଼ାଇ ହତ୍ୟା କରିଥିବା ଅଭିଯୋଗ ହୋଇଛି।

Advertisment

ସୂଚନାଯୋଗ୍ୟ, ମଇ ୨୨ ତାରିଖରେ ନାଗପୁରର ମାନେୱାଡା ପରିସରରେ ପୁରୁ‌‌ଷୋତ୍ତମ ପୁଟ୍ଟେବାର (୮୨ବର୍ଷ)ଙ୍କୁ ଏକ କାର ଧକ୍କା ଦେଇଥିଲା। ଏହି ଧକ୍କାରେ ବୃଦ୍ଧ ପୁରୁଷୋତ୍ତମଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ଏହି ଦୁର୍ଘଟଣାର ଦୃଶ୍ୟ ଘଟଣାସ୍ଥଳରେ ଲାଗିଥିବା ସିସିଟିଭିରେ କୈଦ ହୋଇଯାଇଥିଲା।

ପୁରୁଷୋତ୍ତମଙ୍କ ମୃତ୍ୟୁ ପରେ ମୃତକଙ୍କ ଭାଇ ପୁଲିସରେ ହତ୍ୟା ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ କେନ୍ଦ୍ର କରି ପୁଲିସ ଯାଞ୍ଚ ଆରମ୍ଭ କରିଥିଲା। ଏହି ଯାଞ୍ଚରୁ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଥିଲା।

ପୁଲିସ ସିସିଟିଭି ଫୁଟେଜରୁ ଯାଞ୍ଚ କରି ଦୁର୍ଘଟଣା ଘଟାଇଥିବା କାର ଚାଳକ ନୀରଜ ନିମଜେ ଓ ସଚିନ ଧାର୍ମିକଙ୍କୁ ହେପାଜତକୁ ନେଇ ପଚରାଉଚରା କରିଥିଲା। ଏହି ସମୟରେ ନୀରଜ ଓ ସଚିନ ନିଜର ଦୋଷ ସ୍ବୀକାର କରି କହିଥିଲେ, ‘ଆମକୁ ଅର୍ଚ୍ଚନା ପୁଟ୍ଟେବାର ତାଙ୍କ ଶ୍ବଶୁରଙ୍କୁ ହତ୍ୟା କରିବା ନପାଇଁ ସୁପାରି ଦେଇଥିଲେ।’

ଏହି ଘଟଣା ପରେ ପୁଲିସ ବୋହୂ ଅର୍ଚ୍ଚନାଙ୍କୁ  ଗିରଫ କରିଛି। ଗିରଫ ବୋହୂ ଜଣେ ସରକାରୀ ଅଧିକାରୀ ଥିବା ଜଣାପଡ଼ିଛି। ତେବେ ବୃଦ୍ଧଙ୍କୁ ହତ୍ୟା କରିବା ପଛରେ ଆଉ କେଉଁମାନେ ସାମିଲ ଥିଲେ ସେନେଇ ପୁଲିସ ତଦନ୍ତ ଆରମ୍ଭ କରିଛି।