ନାଗପୁର: ଆର୍ଥିକ ଅନଟନରେ ହନ୍ତସନ୍ତ ହେଉଥିବା ନାଗପୁରର ଜଣେ ବ୍ୟବସାୟୀ ମଙ୍ଗଳବାର ଅପରାହ୍ଣରେ ସପରିବାର ବସିଥିବା କାର୍ରେ ନିଆଁ ଲଗାଇ ଜୀବନ ହରାଇଥିବା କଥା ପୁଲିସ କହିଛି।
ଜଳନ୍ତା କାର୍ରେ ଥିବା ବ୍ୟବସାୟୀଜଣକ ପୋଡ଼ି ହୋଇ ମରିଯାଇଥିବା ବେଳେ ତାଙ୍କ ପତ୍ନୀ ଓ ପୁଅ କୌଣସି ମତେ କାର୍ରୁ ବାହାରି ଆସିଛନ୍ତି। ଜୀବିତ ଥିଲେ ବି ସେମାନେ ଭୀଷଣ ପୋଡ଼ିଯାଇଛନ୍ତି।
ଘଟଣା ସମୟରେ ଉତ୍ତୋଳିତ ଭିଡିଓରେ ଦେଖାଯାଉଛି, ଜ୍ବଳନ୍ତ କାର୍ ଭିତରେ ଡ୍ରାଇଭର୍ ଅଛନ୍ତି ଏବଂ ଦମକଳ କର୍ମଚାରୀମାନେ ନିଆଁ ଲିଭାଇବାକୁ ଉଦ୍ୟମ କରୁଛନ୍ତି।
ପ୍ରାପ୍ତ ସୂଚନା ଅନୁସାରେ, ମଧ୍ୟହ୍ନ ଭୋଜନ ଖାଇବା ଲାଗି ୫୮ ବର୍ଷିୟ ବ୍ୟବସାୟୀ ରାମରାଜ ଭଟ୍ଟ ସପରିବାର ଗୋଟାଏ ହୋଟେଲ୍କୁ ଯାଇଥିଲେ। କିନ୍ତୁ, କିଛି ଦୂରକୁ କାର୍ ଚଳାଇ ନେବା ପରେ ହଠାତ୍ ରାସ୍ତା ଉପରେ ଅଟକି ଯାଇଥିଲେ।
ଏହାପରେ ସେ କୁଆଡ଼େ ନିଜ ଉପରେ ପେଟ୍ରୋଲ୍ ଢାଳିବା ସହ ପତ୍ନୀ ଓ ପୁଅ ଉପରେ ପେଟ୍ରୋଲ୍ ଅଜାଡ଼ି ଦେଇଥିଲେ। ପତ୍ନୀ ଓ ପୁତ୍ର କିଛି ପ୍ରତିକ୍ରିୟା ପ୍ରକାଶ କରିବା ପୂର୍ବରୁ ଭଟ୍ଟ ନିଜ ସହ ସେମାନଙ୍କ ଦେହରେ ମଧ୍ୟ ନିଆଁ ଲଗାଇ ଦେଇଥିଲେ।
ଭୀଷଣ ପୋଡ଼ି ଯାଇଥିବାରୁ ରାମରାଜ ଭଟ୍ଟଙ୍କର ମୃତ୍ୟୁ ଘଟିଛି। କିନ୍ତୁ, ତାଙ୍କ ୫୭ ବର୍ଷୀୟ ପତ୍ନୀ ସଙ୍ଗୀତା ଭଟ, ୨୫ ବର୍ଷିୟ ପୁଅ ନନ୍ଦନ କୌଣସିମତେ ଡୋର୍ ଖୋଲି କାର୍ରୁ ଡେଇଁ ପଡ଼ିଥିଲେ। ସେମାନେ ମଧ୍ୟ ଭୀଷଣ ପୋଡ଼ିଯାଇଛନ୍ତି। ସଙ୍କଟାପନ୍ନ ଅବସ୍ଥାରେ ଉଭୟ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।
ପୁଲିସ କହିବା ଅନୁସାରେ, ପୋଡ଼ା କାର୍ ଭିତରେ ଥିବା ଗୋଟାଏ ପ୍ଲାଷ୍ଟିକ୍ ବ୍ୟାଗ୍ ଭିତରୁ ଖଣ୍ଡେ ଚିଟାଉ (ନୋଟ୍) ମିଳିଛି। ଆର୍ଥିକ ଅନଟନ ହେତୁ ଆତ୍ମହତ୍ୟା କରିଥିବା କଥା ସେଥିରେ ବ୍ୟବସାୟୀଜଣକ ଉଲ୍ଲେଖ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/car-fire.jpg)