ନାଗପୁର: ମହାରାଷ୍ଟ୍ରର ନାଗପୁରଠାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜନୈକା ୧୩ ବର୍ଷୀୟା ଝିଅକୁ ତା’ର ୪୫ ବର୍ଷିଅ କାମୁକ ବାପା ଗତ ୩ ବର୍ଷ ହେଲା ଦୁଷ୍କର୍ମ କରିଆସୁଥିବା ଅଭିଯୋଗ ହୋଇଛି।
ଏହି ଘଟଣା ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ ପୀଡ଼ିତାଙ୍କର ଜଣେ ବନ୍ଧୁ ଏ ସଂପର୍କରେ ତାଙ୍କୁ ସ୍କୁଲ୍ ପ୍ରିନ୍ସିପାଲ୍କୁ ସୂଚୀତ କଲେ। ତା’ପରେ ସ୍କୁଲ୍ ପ୍ରିନ୍ସିପାଲ୍ ଏବଂ ପୁଲିସ୍ ଏ ସଂପର୍କରେ ପୀଡ଼ିତାଙ୍କ ମାଆଙ୍କୁ ଜଣାଇଲେ। ଏକଥା ବିଷୟରେ ଅବଗତ ହେବା ପରେ ପୀଡ଼ିତାଙ୍କ ମାଆ ମଧ୍ୟ ରବିବାର ନିଜ ଆଖିରେ ଏପରି ଲଜ୍ଜାଜନକ ଦୃଶ୍ୟ ଦେଖିବାକୁ ପାଇଲେ। ପୀଡ଼ିତାଙ୍କ ମାଆ ନିଜ ଆଖିରେ ଘଟଣା ଦେଖିବା ପରେ ସ୍ଥାନୀୟ ପୁଲସ୍ରେ ତାଙ୍କ ସ୍ୱାମୀଙ୍କ ବିରୋଧରେ ଏକ ଅଭିଯୋଗ ଲେଖାଇଲେ। ପୁଲିସ୍ ଅଭଯୁକ୍ତଙ୍କୁ ଅସଦାଚରଣ, ଦୁଷ୍କର୍ମ ଏବଂ ଶିଶୁ ନିର୍ଯ୍ୟାତନା ମାମଲାରେ ଗିରଫ କରିଛି।
/sambad/media/post_attachments/wp-content/uploads/2018/01/0247d4dfcd5ebdac0401c2886c182659-300x168.jpg)
ପୁଲିସ୍ ସୂତ୍ରରୁ ଜାଣିବାକୁ ମିଳିଛି ଯେ ଅଷ୍ଟମ ଶ୍ରେଣୀରେ ପଢୁଥିବା ଏହି ନାବାଳିକା ପୀଡ଼ିତା ଜଣକ ଗୁରୁତର ଭାବେ ଦୁଷ୍କର୍ମର ଶିକାର ହୋଇ ମାନସିକ ସ୍ଥରରେ ଦୁର୍ବଳ ହୋଇପଡ଼ିଛନ୍ତି। ସେ ବାରମ୍ବାର ଜୀବନ ହାରିବାକୁ ଉଦ୍ୟମ କରୁଥିବା ବେଳେ ତାଙ୍କୁ ଏବେ ଡାକ୍ତରୀ ଚିକିତ୍ସା ଅଧୀନରେ ରଖାଯାଇଛି। ଅଭିଯୁକ୍ତଙ୍କୁ ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚ୍ ୨ ମାସ ତଳେ ଆଜୀବନ କାରାଦଣ୍ଡ ଶୁଣାଣି କରିବା ସହ ୧୦,୦୦୦ ଜରିମାନା କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/india-gate-protest_9c8bee4c-ff72-11e7-b2c1-a702bffbff45.jpg)