ମହଙ୍ଗା ପଡ଼ିଲା ମହିଳାଙ୍କ ଚୋରା ପୀରତି; ଶାରୀରିକ ସମ୍ପର୍କ ସମୟରେ ଉଡ଼ିଗଲା ପୁରୁଷ ସାଥୀଙ୍କ ପ୍ରାଣବାୟୁ

ନାଗପୁର: ମହାରାଷ୍ଟ୍ରର ନାଗପୁରରେ ଜଣେ ମହିଳାଙ୍କୁ ଚୋରା ପୀରତି ମହଙ୍ଗା ପଡ଼ିଛି।  ଶାରୀରିକ ସମ୍ପର୍କ ରଖିବା ସମୟରେ ବେକରେ ବନ୍ଧା ହୋଇଥିବା ଦଉଡିରେ ଶ୍ୱାସରୁଦ୍ଧ ହୋଇ ମହିଳାଙ୍କ ପୁରୁଷ ସାଥୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ପୁଲିସ ସୂତ୍ରରୁ ପ୍ରକାଶ ‌ଯେ, ଏହି ଘଟଣା ସହରର ଖାପରଖେଡ଼ା ଅଞ୍ଚଳରେ ଏକ ଲଜରେ ଗୁରୁବାର ବିଳମ୍ବିତ ରାତିରେ ଘଟିଥିଲା। ଏହି ଘଟଣା ପ୍ରଘଟ ହେବାପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି।

Nagpur man dies during sex due to rope tied around his neck
thevocalnews.com

ଜଣେ ପୁଲିସ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ ଯେ, ମୃତ ବ୍ୟକ୍ତି ଓ ତାଙ୍କ ସହିତ ଥିବା ମହିଳାଙ୍କର ୫ବର୍ଷ ହେବ ସମ୍ପର୍କ ରହିଥିଲା। ମହିଳା ଜଣକ ବିବାହିତ ଏବଂ ତାଙ୍କର ସନ୍ତାନ ବି ଅଛନ୍ତି। ଗୁରୁବାର ବିଳମ୍ବିତ ରାତି ଦୁହେଁ ଏକାଠି ସମୟ ବିତାଇବାକୁ ଲଜକୁ ଆସିଥିଲେ। ଶାରୀରିକ ସମ୍ପର୍କ ରଖିବା ସମୟରେ ମହିଳା ଜଣକ ଅଧିକ ଆନନ୍ଦ ଲାଭ ପାଇଁ ତାଙ୍କ ପୁରୁଷ ସାଥୀଙ୍କ ହାତ ଓ ଗୋଡକୁ  ଦଉଡିରେ ଚେୟାରରେ ବାନ୍ଧି ଦେଇଥିଲେ। ଏଥିସହିତ ଆଉ ଏକ ଦଉଡ଼ି ମହିଳା ପୁରୁଷଙ୍କ ବେକରେ ବି ବାନ୍ଧି ଦେଇଥିଲେ।  ଏହା ପରେ ମହିଳା ଜଣକ ‌ଶୌଚାଳୟକୁ ଚାଲି ଯାଇଥିଲେ। ଏହି ସମୟରେ ଚୌକିଟି ଖସି ଯିବାରୁ ପୁରୁଷ ସାଥୀଙ୍କ ଗଳା ଦୌଡ଼ିରେ ଟାଣି ହୋଇଯାଇଥିଲା। ଫଳରେ ଶ୍ବାସରୁଦ୍ଧ ହୋଇ ଘଟଣାସ୍ଥଳରେ ହିଁ ତାଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା।

ଶୌଚାଳୟରୁ ଫେରିବା ପ‌ରେ ମହିଳା ଜଣକ ତାଙ୍କ ପୁରୁଷ ସାଥୀଙ୍କ କୌଣସି ଅଙ୍ଗପ୍ରତ୍ୟେଙ୍ଗ ଚାଲୁ ନ ଥିବା ଦେଖି ତୁରନ୍ତ ସାହାଯ୍ୟ ମାଗିଥିଲେ। ଲଜ୍ କର୍ମଚାରୀ ମହିଳାଙ୍କ କଥା ଶୁଣି ଲଜ ଭିତରକୁ ଆସି ଉକ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରିଥିଲେ। ମାତ୍ର ସେତେବେଳକୁ ତାଙ୍କର ପ୍ରାଣବା‌ୟୁ ଉଡ଼ି ଯାଇଥିଲା।

ସୂଚନା ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ପଚରାଉଚରା କରିବା ସହିତ ଅଟକ ରଖିଛି। ଏଥିସହିତ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।

ప్రియుడిని కుర్చీకి కట్టేసి శృంగారం... ప్రయోగం బెడిసికొట్టడంతో మృతి... వివాహేతర సంబంధం విషాదాంతం.. | man died during sex as rope tied around neck turns noose - Telugu Oneindia
Oneindia Telugu

ମୃତ ପୁରୁଷ ସାଥୀଙ୍କ ସହିତ ମହିଳାଙ୍କ ଅନୈତିକ ସମ୍ପର୍କ ଥିବା ସେ ସ୍ବୀକାର କରିଛନ୍ତି।  ପୁଲିସ ୱେଟର, ଲଜ୍ ମ୍ୟାନେଜର ଏବଂ ରୁମରେ ସେବା ପ୍ରଦାନ କରୁଥିବା ବାଳକଙ୍କ ବୟାନ ରେକର୍ଡ କରି ମହିଳା ଏବଂ ମୃତକଙ୍କ ମୋବାଇଲ୍ ଫୋନ୍ ଜବତ କରିଛି।

ସମ୍ବନ୍ଧିତ ଖବର