ନାଗପୁର: ପୁଅ ଜନ୍ମ ହୋଇଛି... ଶୁଣିବା ପରେ ବାପାଙ୍କ ପାଦ ତଳେ ଲାଗି ନଥିଲା। ସାହିପଡିଶା ହସ୍ପିଟାଲରେ ମିଠା ବାଣ୍ଟି ନିଜର ଖୁସି ଜାହିର କରିଥିଲେ ବାପା। ଖୁବ ସ୍ନେହ, ଶ୍ରଦ୍ଧା, ଆଦାରରେ ବଢ଼ାଇଥିବା ପୁଅ ବଡ଼ ହୋଇଗଲା ପରେ ସେହି ବାପା ଯେ ତା’ ପାଇଁ ବୋଝ ହୋଇଯିବ ସେ କଥା କେହି ଚିନ୍ତା ବି କରି ନଥିଲେ।
ନାଗପୁରରୁ ଏମିତି ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଏହି ଘଟଣାର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଯେଉଁଥିରେ ଜଣେ ବୃଦ୍ଧ ସୋଫାରେ ବସିଥିବା ବେଳେ ତାଙ୍କ ପୁଅ ନିସ୍ତୁକ ମାଡ଼ ମାରୁଛି। କେତେବେଳେ ବାପାଙ୍କ କେଶକୁ ବି ପୁଅ ଝୁଣି ପକାଉଛି। ପାଖରେ ଛିଡ଼ା ହୋଇଥିବା ବୃଦ୍ଧଙ୍କ ସ୍ତ୍ରୀ (ମାଡ଼ମାରୁଥିବା ପୁଅର ମା’) ଅଟକାଇବା ପାଇଁ ଚେଷ୍ଟା କରୁଛନ୍ତି। କିନ୍ତୁ ପୁଅ କାହାରି କଥା ଶୁଣିବାକୁ ପ୍ରସ୍ତୁତ ନୁହେଁ। ବାପା ଯେମିତି ମନରେ ମନରେ କହୁଛନ୍ତି, ‘ପୁଅର ତତେ ଜନ୍ମ ଦେବା କ’ଣ ମୋର ଭୁଲ ହୋଇଗଲା କି?’
ବୃଦ୍ଧଙ୍କ ଉପରେ ପୁଅର ଏଭଳି ଅତ୍ୟାଚାର ସମ୍ପର୍କରେ ପଡ଼ିଶାଲୋକ ପୂର୍ବରୁ ଜାଣିଥିଲେ। ତେବେ ନିକଟରେ ଯେତେବେଳେ ପୁଅ ତାର ବାପାଙ୍କୁ ନିର୍ଯାତନା ଦେବା ଆରମ୍ଭ କଲା କବାଟପଛରୁ ଲୁଚି ପଡ଼ିଶାଲୋକ ଘଟଣାର ଭିଡିଓ ରେକର୍ଡ କରି ପୁଲିସକୁ ପଠାଇ ଦେଇଥିଲେ।
एक पिता के साथ ऐसा सुलूक... झकझोर देगा वीडियो
— NDTV India (@ndtvindia) August 11, 2025
नागपुर का ये वीडियो आपको झकझोर देगा, जहां एक कलयुगी बेटा अपने बुजुर्ग पिता को थप्पड़ मारते और मारपीट करते दिख रहा. पुलिस ने जांच किया लेकिन पीड़ित पिता ने बेटे के डर और घर की बदनामी के कारण शिकायत दर्ज कराने से इनकार कर दिया.… pic.twitter.com/xCjBbmEzCy
ପୁଲିସ ଭିଡିଓ ପାଇବା ପରେ ବୃଦ୍ଧଙ୍କ ଘରେ ପହଞ୍ଚି ଘଟଣା ବିଷୟରେ ପଚାରିବାରୁ ପୁଅଦ୍ବାରା ନିର୍ଯାତନାର ସ୍ବୀକାର ହୋଇଥିବା ସତ୍ତ୍ବେ ବାପା ପୁଅକୁ ବଞ୍ଚାଇବାକୁ ଯାଇ କହିଥିଲେ, ‘ ମୋତେ କେହି ନିର୍ଯାତନା ଦେଇ ନାହାନ୍ତି। ଆଉ ଯାହାବି ହୋଇଛି ସେସବୁ ଆମର ପାରିବାରିକ ମାମଲା। ସେଥିରେ ତୃତୀୟ ବ୍ୟକ୍ତି ହସ୍ତକ୍ଷେପ କରିବା ଉଚିତ ନୁହେଁ। ପ୍ରମାଣ ଭାବେ ଭିଡିଓ ଦେଖିବା ପରେ ବୃଦ୍ଧ ଜଣକ ଆଉ କିଛି ନକହି ଭୋଭୋ ହୋଇ କାନ୍ଦିଥିଲେ।
ଏହି ଘଟଣାକୁ ନେଇ ପୁଲିସ ଇନ୍ସପେକ୍ଟ କହିଛନ୍ତି, ‘ଆମେ ପୁଅକୁ ତାର ବାପାଙ୍କ ସହିତ ଏପରି ବ୍ୟବହାର ଦ୍ବିତୀୟଥର ନ କରିବାକୁ ଚେତାବନୀ ଦେଇ ଆସିଛୁ। ଏହି ଘର ଉପରେ ଆମର ନଜର ରହିବ। କାରଣ ଆମ ପାଖରେ ପୁଅ ତାର ବାପା ଓ ମା’କୁ ନିର୍ଯାତନା ଦେଉଥିବାର ପ୍ରମାଣ ଅଛି। ଅବଶ୍ୟ ପରିସ୍ଥିତି ଚାପରେ ବୃଦ୍ଧ ଓ ବୃଦ୍ଧା ପୁଅ ବିଷୟରେ ମୁହଁ ଖୋଲିବାକୁ ରାଜି ହୋଇ ନଥିଲେ ସିନା କିନ୍ତୁ ଭବିଷ୍ୟତରେ ଯଦି ଏପରି ଘଟଣା ଘଟେ ପୁଅ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।’