ଦୂର ସଂପର୍କୀୟକୁ ଅର୍ଥ ଓ ଶାରୀରିକ ସଂପର୍କର ପ୍ରଲୋଭନ ଦେଖାଇ ପ୍ରେମିକକୁ ହତ୍ୟା କଲା ପ୍ରେମିକା

ନାଗପୁର: ପ୍ରେମିକକୁ ହତ୍ୟା କରିବା ଭାରୀ ପଡ଼ିଲା। ପ୍ରେମିକକୁ ହତ୍ୟା କରାଇ ଖସିଯିବାକୁ ଚେଷ୍ଟା କରୁଥିବା ଅଭିଯୁକ୍ତ ଯୁବତୀକୁ ଗିରଫ କରିଛି ପୁଲିସ। ଅଭିଯୁକ୍ତ ଯୁବତୀଜଣକ ପ୍ରେମିକର ଜଣେ ଦୂରସଂପର୍କୀୟ ଦ୍ବାରା ଏଭଳି ଜଘନ୍ୟ ହତ୍ୟାକାଣ୍ଡ କରାଇଥିବା ଜଣାପଡ଼ିଛି। ପ୍ରେମିକର ଦୂର ସଂପର୍କୀୟକୁ ଦେଢ଼ ଲକ୍ଷ ଟଙ୍କାର ସୁପାରୀ ଦେବାକୁ କହିବା ସହ ହତ୍ୟା ପରେ ଶାରୀରିକ ସଂପର୍କ ରଖିବା ପ୍ରଲୋଭନ ଦେଖାଇ ପ୍ରେମିକା ନିଜ ପ୍ରେମିକକୁ ହତ୍ୟା କରାଇଛି। ଏହି ହତ୍ୟାକାଣ୍ଡ କିଛି ଦିନ ତ‌ଳେ ଘଟିଥିବା ବେଳେ ଏବେ ଅଭିଯୁକ୍ତ ଯୁବତୀକୁ ଗିରଫ କରିଛି ପୁଲିସ। ମୃତ ଯୁବକଙ୍କ ନାଁ ଚନ୍ଦୁ ମହାପୁର ବୋଲି ଜଣାପଡ଼ିଛି।

Shocking! 20-year-old woman gives 'SUPARI' to kill lover, offer 1.5 lakh & sex to killer | english.lokmat.com
Lokmat English

ପୁଲିସର କହିବା ମୁତାବକ, ଚନ୍ଦୁ ବିବାହିତ ଥିଲେ ମଧ୍ୟ ଅଭିଯୁକ୍ତ ଯୁବତୀଙ୍କ ସହ ପ୍ରେମ ସଂପର୍କରେ ଥିଲେ। ଯେତେବେଳେ ଯୁବତୀ ତାଙ୍କୁ ବିବାହ କରିବା କଥା କହିଥିଲେ, ଚନ୍ଦୁ ବିବାହ ପାଇଁ ମନା କରିଦେଉଥିଲେ। ଏଥିରେ ରାଗିଯାଇ ଯୁବତୀଜଣକ ଚନ୍ଦୁକୁ ହତ୍ୟା କରିବାର ଯୋଜନା କରିଥିଲେ। ଏ ନେଇ ସେ ଚନ୍ଦୁର ଦୂରସଂପର୍କୀୟ ଭାରତ ଗୁର୍ଜରଙ୍କୁ ୧.୫୦ଲକ୍ଷ ଟଙ୍କା ଦେବା ସହ ଶାରୀରିକ ସଂପର୍କ ରଖିବାକୁ କହି ହତ୍ୟା ପାଇଁ ରାଜି କରାଇଥିଲେ। ଘଟଣା ଦିନ ଭାରତ ଚନ୍ଦୁକୁ ମଦ ପିଇବାକୁ କହି ସଲାଇମିନ୍ଧାକୁ ନେଇଯାଇଥିଲା। ସେଠାରେ ‌‌ସେ ଚନ୍ଦୁର ମୁଣ୍ଡକୁ ପଥରରେ ଛେଚିବା ସହ ଗଳା କାଟି ହତ୍ୟା କରିଥିଲା। ଘଟଣା ପରେ ପୁଲିସ ସିସିଟିଭି ଯାଞ୍ଚ କରି ଭାରତକୁ ଗିରଫ କରିବା ପରେ ହତ୍ୟାକାଣ୍ଡର ମାଷ୍ଟର ମାଇଣ୍ଡ ପ୍ରେମିକା ପାଖରେ ପହଞ୍ଚିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର