ନୂଆଦିଲ୍ଲୀ: ନଭି ମୁମ୍ବାଇ ମ୍ୟୁନିସିପାଲ୍ ଟ୍ରାନ୍ସପୋର୍ଟର ଏକ ଏୟାରକଣ୍ଡିସନ୍ ବସରେ ପ୍ରେମୀଯୁଗଳଙ୍କୁ ଆପତ୍ତିଜନକ ଅବସ୍ଥାରେ ଥିବା ଦେଖିବାକୁ ମିଳିଥିଲା। 

Advertisment

ଏହି ଘଟଣାରେ ଗତରବିବାର ସନ୍ଧ୍ୟାରେ ପନବେଲରୁ କଲ୍ୟାଣ ଯାଉଥିବା ଏକ ବସ ଘଟିଥିଲା। ଯାହାର ଏକ ୨୨ ସେକେଣ୍ଡର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ବସ ଭିତରେ ପ୍ରେମୀଯୁଗଳଙ୍କ ଆପତ୍ତିଜନକ ଅବସ୍ଥାର ଭିଡିଓ ଭାଇରାଲ ହେବାପରେ ନଭି ମୁମ୍ବାଇ ମ୍ୟୁନିସିପାଲ୍ କର୍ପୋରେସନର ବସ୍ କଣ୍ଡକ୍ଟରଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି।

ସୂଚନା ଅନୁଯାୟୀ, ଭାଇରାଲ ଭିଡିଓରେ ନଜର ଆସୁଥିବା ପ୍ରେମୀଯୁଗଳଙ୍କ ବୟସ ୨୦ରୁ୨୨ ବର୍ଷ ମଧ୍ୟରେ ଥିବାର ଅନୁମାନ କରାଯାଉଛି। ଦୁହେଁ ବସ୍ ପଛ ପାର୍ଶ୍ୱରେ ଝରକା ପାଖରେ ବସି ଶାରୀରିକ ସମ୍ପର୍କ ରଖୁଥିଲେ। ଏହି ସମୟରେ ଅନ୍ୟ ଏକ ଗାଡ଼ିରେ ଯାତ୍ରା କରୁଥିବା ଜଣେ ଯାତ୍ରୀ ଏଦୃଶ୍ୟକୁ ନିଜ ଫୋନରେ କୈଦ କରି ନେଇଥିଲେ। 

ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବାପରେ  ନଭି ମୁମ୍ବାଇ ମ୍ୟୁନିସିପାଲ୍ ଟ୍ରାନ୍ସପୋର୍ଟର ବରିଷ୍ଠ ଅଧିକାରୀଙ୍କ କହିଛନ୍ତି ଯେ,‘ କଣ୍ଡକ୍ଟର ବସ୍ ସାମ୍ନାରେ ବସିଥିଲେ ଏବଂ ଘଟଣା ବିଷୟରେ ଅଜ୍ଞ ଥିଲେ। କଣ୍ଡକ୍ଟରଙ୍କୁ ସତର୍କ ରହିବାର ଥିଲା ଏବଂ ଏପରି ଅଶାଳୀନ କାର୍ଯ୍ୟକଳାପକୁ ରୋକିବା ଉଚିତ୍ ଥିଲା। ତାଙ୍କ ଅବହେଳା ଯୋଗୁଁ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି।

ଏପରି ଘଟଣା ବସ ଭିତରେ କିପରି ଘଟିଲା ସେ ବିଷୟରେ ଏକ ଲିଖିତ ସ୍ପଷ୍ଟୀକରଣ ଦେବାକୁ କଣ୍ଡକ୍ଟରଙ୍କୁ ନିର୍ଦ୍ଦେଶ ହୋଇଛି। 

ଆଇନ ଅନୁଯାୟୀ, ସାର୍ବଜନୀନ ସ୍ଥାନରେ ଅଶ୍ଳୀଳ କାର୍ଯ୍ୟ କରିବା ଭାରତୀୟ ଦଣ୍ଡ ସଂହିତାର ଧାରା ୨୯୬ ଅନୁଯାୟୀ ଏକ ଅପରାଧ। ଯାହା ପାଇଁ ସର୍ବାଧିକ ତିନି ମାସ ଜେଲ୍ ଦଣ୍ଡ କିମ୍ବା ୧୦୦୦ଟଙ୍କା ପର୍ଯ୍ୟନ୍ତ ଜୋରିମାନା ହୋଇପାରେ।