ପତ୍ନୀଙ୍କ ଆପତ୍ତିଜନକ ଫଟୋ ଅପ୍‌ଲୋଡ୍‌ କରି ବୁକ୍‌ ହେଲେ ନୌସେନା କମାଣ୍ଡର୍‌

ପୁଣେ: ଗୁଗଲ୍‌ ଫଟୋ ଆପ୍‌ରେ ନିଜ ପତ୍ନୀ, ସହକର୍ମୀମାନଙ୍କ ପତ୍ନୀ ଏବଂ ଅନ୍ୟ ଅଜ୍ଞାତ ମହିଳାମାନଙ୍କ ଫଟୋକୁ କମ୍ପ୍ୟୁଟର୍‌ ପ୍ରୋଗ୍ରାମ୍‌ ଦ୍ୱାରା ଅଶ୍ଳୀଳ କରି ଅପ୍‌ଲୋଡ୍‌ କରିଥିବା ଅଭିଯୋଗରେ ନୌସେନାର ଜଣେ କମାଣ୍ଡର୍‌ଙ୍କୁ ପୁଲିସ୍‌ ବୁକ୍‌ କରିଛି।

ଏବେ ଦିଲ୍ଲୀରେ ନିଯୁକ୍ତ ସେ କମାଣ୍ଡର୍‌ ତାଙ୍କ ଜିମେଲ୍‌ ଆକାଉଣ୍ଟ୍‌ ଦ୍ୱାରା ଉକ୍ତ ଫଟୋଗୁଡ଼ିକ ସେ ଅପ୍‌ଲୋଡ୍‌ କରିଥିଲେ।

ମଙ୍ଗଳବାର ଦିନ ପୁଲିସକୁ ଦେଇଥିବା ବିବୃତିରେ କମାଣ୍ଡର୍‌ଙ୍କ ପତ୍ନୀ କହିଛନ୍ତି ଗତ ୧୧ ବର୍ଷ ହେବ ସ୍ୱାମୀଙ୍କ ପର୍ଣ୍ଣଗ୍ରାଫି ନିଶା ଯୋଗୁଁ ହତାଶ ହୋଇ ଏବେ ଦୁଇ ପିଲାଙ୍କ ସହ ପୁଣେସ୍ଥିତ ବାପଘରକୁ ଚାଲିଯାଇଛନ୍ତି।

ପୂର୍ବତନ ଆର୍ମି କ୍ୟାପ୍‌ଟେନ୍‌ ଥିବା ପତ୍ନୀ କହିଛନ୍ତି ତାଙ୍କ ଶାଶୂ-ଶ୍ୱଶୁର ଏବଂ ମ୍ୟାରେଜ୍‌ କାଉନ୍‌ସେଲର୍‌ମାନେ ମଧ୍ୟ ସ୍ୱାମୀଙ୍କ ପର୍ଣ୍ଣଗ୍ରାଫି ଫଟୋ ନିଶା ଛଡ଼ାଇ ପାରିଲେ ନାହିଁ।

ପୁଣେ ଆସିବା ପରେ ମହିଳାଜଣଙ୍କ ସାଥିରେ ସ୍ୱାମୀଙ୍କ ସେଲ୍‌ଫୋନ୍‌ ନେଇ ଆସିଥିଲେ। ତାକୁ ଚେକ୍‌ କରିବା ସମୟରେ ସେଥିରେ ଥିବା ଗୁଗଲ ଫଟୋ ଆପ୍‌ ଯାହା ଜିମେଲ୍‌ ଆକାଉଣ୍ଟ୍‌ସହ ଲିଙ୍କ୍‌ ହୋଇଥିଲା, ନିଜର ଓ ଅନ୍ୟ ଅଫିସର୍‌ଙ୍କ ପତ୍ନୀ ଏବଂ ଅନ୍ୟ କେତେକ ଅଜ୍ଞାତ ମହଳିାଙ୍କ ମର୍ଫଡ୍‌ ଫଟୋ ସବୁ ଦେଖିଥିଲେ।

ସେ ଆହୁରି କହିଛନ୍ତି କି, ତାଙ୍କ ସ୍ୱାମୀଙ୍କର ଜଣେ ସହକର୍ମୀ ତାଙ୍କୁ କହିଛନ୍ତି ଯେ ତାଙ୍କ ପତ୍ନୀଙ୍କ ସହ ତାଙ୍କର ପରକୀୟ ସମ୍ବନ୍ଧ ଥିଲା।

ଅକ୍ଟୋବର ମାସରେ ମହିଳାଜଣକ ପୁଣେ ଫ୍ୟାମିଲି କୋର୍ଟରେ ଛାଡ଼ପତ୍ର ଆବେଦନ କରିଥିଲେ।

ଆଇପିସି ଧାରା ୫୦୯ ଅଧୀନରେ କମାଣ୍ଡର୍‌ଙ୍କ ବିରୋଧରେ ଏଫ୍‌ଆଇଆର୍‌ ରେଜିଷ୍ଟ୍ରି କରାଯାଇଛି।

ସମ୍ବନ୍ଧିତ ଖବର