ସଦ୍ୟ ନିର୍ବାଚିତ ଲୋକସଭା ପ୍ରାର୍ଥୀଙ୍କ ମଧ୍ୟରୁ ପାଖାପାଖି ୫୦ ପ୍ରତିଶତ ସାଂସଦଙ୍କ ନାମରେ ରହିଛି ଅପରାଧିକ ମାମଲା

ନୂଆଦିଲ୍ଲୀ: ୨୦୧୯ ଲୋକସଭା ନିର୍ବାଚନରେ ନିର୍ବାଚିତ ହୋଇଥିବା ପ୍ରାର୍ଥୀଙ୍କ ମଧ୍ୟରୁ ପ୍ରାୟ ୪୩ ପ୍ରତିଶତ ସାଂସଦଙ୍କ ନାମରେ ଅପରାଧିକ ମାମଲା ରହିଛି। ଚଳିତ ଥରର ମହାନିର୍ବାଚନରେ ବିଜୟୀ ପ୍ରାର୍ଥୀଙ୍କ ମଧ୍ୟରୁ ୨୩୩ ଜଣ ସାଂସଦଙ୍କ ନାମରେ ଅପରାଧିକ ମାମଲା ରହିଥିବା ସୂଚନା ମିଳିଛି। ୨୦୦୯ ମସିହା ତୁଳନାରେ ଚଳିତବର୍ଷ ଅପରାଧିକ ମାମଲା ରହିଥିବା ସାଂସଦଙ୍କ ସଂଖ୍ୟା ୪୪ ପ୍ରତିଶତ ବୃଦ୍ଧି ପାଇଛି। ୨୦୧୪ ନିର୍ବାଚନରେ ଅପରାଧିକ ମାମଲା ରହିଥିବା ସାଂସଦଙ୍କ ସଂଖ୍ୟା ୩୪ ପ୍ରତିଶତ ଥିବା ବେଳେ ୨୦୧୯ ତାହା ବୃଦ୍ଧି ପାଇ ପାଖାପାଖି ୫୦ରେ ପହଞ୍ଚିଛି।

ସଦ୍ୟ ନିର୍ବାଚିତ ସାଂସଦଙ୍କ ମଧ୍ୟରୁ ୧୫୯(୨୯ ପ୍ରତିଶତ) ସାଂସଦଙ୍କ ନାମରେ ସାଂଘାତିକ ଅପରାଧିକ(ଦୁଷ୍କର୍ମ, ହତ୍ୟା, ହତ୍ୟା ଉଦ୍ୟମ, ଅପହରଣ, ଅସଦାଚରଣ) ମାମଲା ରହିଛି। ୨୦୧୪ ମସିହାରେ ନିର୍ବାଚିତ ହୋଥିବା ସାଂସଦମାନଙ୍କ ମଧ୍ୟରୁ ୧୧୨(୨୧ ପ୍ରତିଶତ) ସାଂସଦଙ୍କ ନାମରେ ସାଂଘାତିକ ଅପରାଧିକ ମାମଲା ରହିଥିଲା। ସେହିପରି ୨୦୦୯ ମସିହାରେ ନିର୍ବାଚିତ ୭୬(୧୪ ପ୍ରତିଶତ) ସାଂସଦଙ୍କ ନାମରେ ସାଂଘାତିକ ଅପରାଧିକ ମାମଲା ରହିଥିଲା। ଏଥିରୁ ସ୍ପଷ୍ଟ ହୋଇଛି ଯେ ଥରକୁ ଥର ସାଂଘାତିକ ଅପରାଧିକ ମାମଲା ଥିବା ସାଂସଦଙ୍କ ସଂଖ୍ୟା ବୃଦ୍ଧି ପାଉଛି।

ସମ୍ବନ୍ଧିତ ଖବର