ରାସ୍ତା ମଝିରେ ମୃତଦେହ ଅଦଳବଦଳ; ପରିବାରଲୋକଙ୍କୁ ହସ୍ତାନ୍ତର କଲେ କୋଭିଡ ରୋଗୀଙ୍କ ମୃତଶରୀର

ନୂଆଦିଲ୍ଲୀ: ଇନ୍ଦୋରର ଗ୍ରେଟର କୈଳାଶ ହସ୍ପିଟାଲର ଅବହେଳାର ଆଉ ଏକ ଘଟଣା ସାମ୍ନାକୁ ଆସିଛି। ସମ୍ପ୍ରତି ହସ୍ପିଟାଲରେ ମୃତଦେହକୁ ଅଦଳବଦଳ କରାଯାଇଥିବା ଜଣାପଡ଼ିଛି। ଯାହାକୁ ନେଇ ମୃତକଙ୍କ ପରିବାର ଲୋକେ ହସ୍ପିଟାଲ ପରିସରରେ ଉତ୍ତେଜନା ସୃଷ୍ଟି କରିଛନ୍ତି।

ଖଣ୍ଡୱାଠାରେ ରହୁଥିବା ଜଣେ ବ୍ୟବସାୟୀଙ୍କ ରାତିରେ ମୃତ୍ୟୁ ହୋଇ ଯାଇଥିଲା। ରବିବାର ସକାଳେ ଡାକ୍ତରଖାନା ପରିଚାଳନା ମୃତଦେହକୁ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରିଥି‌ଲେ। ମୃତକଙ୍କ ପରିବାର ଆମ୍ବୁଲାନ୍ସ ଯୋଗେ ବଡ଼ୱାଡା ଏବଂ ସାନୱାଡ ରାସ୍ତା ନେଇ ଇନ୍ଦୋରଠାରୁ ପ୍ରାୟ ୬୦ କିଲୋମିଟର ପହଞ୍ଚିବା ପରେ ଗ୍ରେଟର କୌଳାଶ ଡାକ୍ତରଖାନାରୁ ହଠାତ୍ ଏକ ଫୋନ୍ କଲ ଆସିଥିଲା। ଏହି ଫୋନ୍ କଲଟି ଥିଲା ଏପରି… ଆପଣ ଯେଉଁ ମୃତଦେହକୁ ନେଇଛନ୍ତି ତାହା ମହୁ ଅଞ୍ଚଳରେ ବସବାସ କରୁଥିବା ଜଣେ ବୃଦ୍ଧଙ୍କର ମୃତଦେହ। କିଛିସମୟ ପରେ ମହୁ ନିବାସୀ ପରିବାର ଲୋକେ ସଂକ୍ରମିତ ବୃଦ୍ଧଙ୍କ ମୃତଦେହ ନେବାକୁ ହସ୍ପିଟାଲ ପହଞ୍ଚିଥିଲେ। ସେତେବେଳେ ସେମାନେ ଜାଣିବାକୁ ପାଇଲେ କି ଖଣ୍ଡୱା ନିବାସୀ ଜଣେ ବ୍ୟବସାୟୀଙ୍କର ।  ହସ୍ପିଟାଲ କର୍ତ୍ତୁପକ୍ଷ ଖଣ୍ଡୱାସୀଙ୍କୁ ମୃତଦେହ ଫେରାଇ ଆଣିବାକୁ କହିଥିଲେ ।

Viral video of negligence hospital due to body exchange.
ସ୍ୱାସ୍ଥ୍ୟ ବିଭାଗର ନୋଡାଲ ଅଧିକାରୀ ଅମିତ ମାଲାକର କହିଛନ୍ତି ଯେ ସୋସିଆଲ ମିଡିଆରୁ ଆମେ ସୂଚନା ପାଇଛୁ ଯେ ଗ୍ରେଟର କୌଳାଶ ହସ୍ପିଟାଲରେ ଘଟିଥିବା ଏହି ଘଟଣାରେ ଗୋଟିଏ ମୃତଦେହ କରୋନା ରୋଗୀଙ୍କର ଓ ଆଉ ଗୋଟିଏ ସାଧାରଣ ମୃତଦେହ ଥିଲା। ତେବେ ପ୍ୟାକିଂ ସମୟରେ ଏହା ଅଦଳବଦଳ ହୋଇଯାଇଥିଲା | ପରେ ଡାକ୍ତରଖାନା ତାର ଭୁଲକୁ ସ୍ୱୀକାର କରି ଶବକୁ ଠିକ୍ ସ୍ଥାନକୁ ପଠାଇ ଦେଇଛନ୍ତି।

ସମ୍ବନ୍ଧିତ ଖବର