କାଠମାଣ୍ଡୁ: ଦିନକୁ ଦିନ ଲୋକଙ୍କ ଭିତରେ ବଢୁଛି ସୌନ୍ଦର୍ଯ୍ୟର ଭୋକ। ଡିଜାଇନିଂ ପୋଷାକ, ଅଳଙ୍କାର ସହିତ ପ୍ଲାଷ୍ଟିକ୍ ସର୍ଜରି ଏବଂ ଚିକିତ୍ସା ଜରିଆରେ ସୌନ୍ଦର୍ଯ୍ୟ କିଣୁଛନ୍ତି ପଇସାବାଲା ବ୍ୟକ୍ତି। ଗୋଟାଏ ସମୟ ଥିଲା ଯେତେବେଳେ ଶୁଣିବାକୁ ମିଳୁଥିଲା ସୌନ୍ଦର୍ଯ୍ୟ ମୁହଁରେ ନୁହଁ, ଦେଖିଲା ଲୋକର ଆଖିରେ ଥାଏ। ଏବେ କିନ୍ତୁ ଆଉ ସେ କାଳ ନାହିଁ, ଏବେ ସମସ୍ତେ ଚାହାନ୍ତି ସବୁ ଦୃଷ୍ଟିରେ କଏଦ୍ ହେବାକୁ। ତେବେ, ସୌନ୍ଦର୍ଯ୍ୟ ଦୁନିଆର ବି ମାଫିଆ ଅଛନ୍ତି। ତେବେ, ଚାଲନ୍ତୁ ଜାଣିବା ନେପାଳର କାଠମାଣ୍ଡୁଠାରେ ସୌନ୍ଦର୍ଯ୍ୟ ପାଇଁ କ’ଣ ସବୁ ଘଟେ।
Sambad is now on WhatsApp
Join and get latest news updates delivered to you via WhatsApp
ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କାଠମାଣ୍ଡୁର କେତେକ ସ୍ଥାନରେ ଅନୈତିକ କାର୍ଯ୍ୟର କୌଣସି ସୀମା ନାହିଁ। କେତେକ ସ୍ଥାନରେ ରାତି ୯ ପରେ ସବୁକିଛି ବିକ୍ରି ହେବା ପାଇଁ ପ୍ରସ୍ତୁତ ଥାଏ। ବେଶାଳୟରୁ ନେଇ ମସାଜ୍ ପାର୍ଲର ସବୁଠି ଚାଲେ ବିକ୍ରି। ବିଶେଷ କରି ଥାମେଲ୍ରେ ଏହି କାରବାର ଖୁବ୍ ବେଶି ଚାଲେ। ଦେହ ବ୍ୟବସାୟ କାଠମାଣ୍ଡୁ ପାଇଁ କୌଣସି ବିରାଟ କଥା ନୁହେଁ। କେବଳ ଦେହ ବ୍ୟବସାୟ ନୁହେଁ, କସ୍ମେଟିକ୍ ସର୍ଜରି ପାଇଁ ଗୋରା ଚର୍ମ ମଧ୍ୟ ବିକ୍ରି କରାଯାଇଥାଏ ସେଠାରେ, ତାହା ପୁଣି ଚୋରାରେ।
କାଠମାଣ୍ଡୁରୁ ୫୦ କିଲୋମିଟର ଦୂରତାରେ ଥିବା କେବରପଲାନ ଛକ ଜିଲ୍ଲାର ଜିଲ୍ଳା ଜେଲ୍ରେ ଥିବା ଚର୍ମ ବ୍ୟବସାୟ କରୁଥିବା ୪୦ ବର୍ଷିଅ ବ୍ୟବସାୟୀ ପ୍ରେମ ଭସଗଇ କହନ୍ତି, ‘ ନେପାଳୀ ଚର୍ମର ବହୁତ ଚାହିଦା ରହଛି। ୧୦୦ ବର୍ଗ ଇଞ୍ଚ ଗୋରା ଚର୍ମର ଦାମ ମୁମ୍ବାଇ ଓ ଦିଲ୍ଳୀଠାରେ ପ୍ରାୟ ୫୦,୦୦୦ରୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହୋଇଥାଏ। ଏଜେଣ୍ଟମାନେ ମହିଳାଙ୍କୁ ଇଣ୍ଡୋ-ନେପାଳ ସୀମାକୁ ନେଇଥାନ୍ତି। ସେଠାରୁ ଆଉ ଜଣେ ଏଜେଣ୍ଟ୍ ଭାରତ ନେଇ ଅନ୍ୟ ଜଣଙ୍କ ହାତରେ ଜିମା ଦେଇଥାନ୍ତି। ତୃତୀୟ ଏଜେଣ୍ଟ୍ ଜଣକ ଚର୍ମ ବିକ୍ରି ବନ୍ଦୋବସ୍ତ କରନ୍ତି। ଚର୍ମ ବିକ୍ରି କରୁଥିବା ମହିଳାଙ୍କୁ ଏକ କାଗଜରେ ଲଖିବାକୁ ହୋଇଥାଏ ଯେ ସେ ତାଙ୍କ ଚର୍ମକୁ ଦାନ କରୁଛନ୍ତି, ବିକ୍ରି କରୁନାହାନ୍ତି।
ଚର୍ମ ବ୍ୟତୀତ ଅଙ୍ଗପ୍ରତ୍ୟେଙ୍ଗ ବି ବିକ୍ରି କରାଯାଇ ଥାଏ। ଅନେକ ମାଫିଆ ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରିଥାନ୍ତି ଯେ ବଞ୍ଚିବା ପାଇଁ ଗୋଟାଏ କିଡ୍ନୀ ଯଥେଷ୍ଟ। ଜଣେ ମଣିଷ ଗୋଟାଏ କିଡ୍ନୀ ନେଇ ବଞ୍ଚି ରହିପାରେ। ଫଳରେ କିଡ୍ନୀ ବ୍ୟବସାୟ ବି ଚାଲେ। ମହିଳାମାନଙ୍କ ଚର୍ମ ଏବଂ ଅଙ୍ଗ ପୁରୁଷମାନଙ୍କ ତୁଳନାରେ ଉତ୍କଷ୍ଟ ହୋଇଥିବାରୁ ମହିଳାମାନେ ଏ କ୍ଷେତ୍ରରେ ବେଶି ଟାର୍ଗେଟ ହୁଅନ୍ତି। ନେପାଳୀ ମହିଳା ସାଧାରଣତଃ ଗୋରା ହୋଇଥିବାରୁ ସେମାନେ ବେଶି ଟାର୍ଗେଟ ହୁଅନ୍ତି ବୋଲି ସୂଚନା ହସ୍ତଗତ ହୋଇଛି।