ବିଧବା ଖୁଡି ଓ ପୁତୁରାଙ୍କ ଅବୈଧ ସମ୍ପର୍କର କରୁଣ ପରିଣତି

ହରଦୋଇ: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ମୌରେ ଏକ ଅବୈଧ ସମ୍ପର୍କକୁ ନେଇ ହତ୍ୟା ମାମଲା ସାମ୍ନାକୁ ଆସିଛି। ଟାଡିୟାବା ଥାନା ଅଞ୍ଚଳରେ ଅୟାରି ଗ୍ରାମରେ ବସବାସ କରୁଥିବା ୨୪ବର୍ଷୀୟ ରାମକିଶୋରଙ୍କୁ ଶୁକ୍ରବାର ନିର୍ମମଭାବ ତାର ଖୁଡ଼ି ହତ୍ୟା କରିଥିବାର ଅଭିଯୋଗ ଆସିଛି। ପୁଲିସ ଖୁଡ଼ିକୁ ଗିରଫ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି।

ପ୍ରକାଶିତ ରିପୋର୍ଟ ଅନୁଯାୟୀ, ବିଧବା ଖୁଡି ସହିତ ପୁତୁରାର ୨ବର୍ଷ ପାଖାପାଖି ହେବ ଅବୈଧ ସମ୍ପର୍କ ଥିଲା। କିଛିଦିନ ହେବ ଦୁହିଁଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଯୁକ୍ତିତର୍କ ଲାଗି ରହିଥିଲା। କେବଳ ଏତିକି ନୁହେଁ ଅନେକ ସମୟରେ ଖୁଡ଼ି ପୁତୁରାକୁ ମାଡମାରୁଥିବାର ଖବର ସାମ୍ନାକୁ ଆସିଥିଲା। ଗତ ଶୁକ୍ରବାର ଖୁଡି କେତେଜଣ ଯୁବକ ସହିତ ଆସି ପୁତୁରାକୁ ଛୁରୀ ଭୁଷି ହତ୍ୟା କରିଥିବା ଜଣାପଡ଼ିଛି। ପୁଲିସ ଖୁଡ଼ିକୁ ଗିରଫ କରି ନେଇଥିବା ବେଳେ ରାମକିଶୋର ଶବ ବ୍ୟବଚ୍ଛେଦ ରିପୋର୍ଟ ଅପେକ୍ଷାରେ ରହିଛି।

ବିବାହର କିଛି ବର୍ଷ ପରେ ଅଭିଯୁକ୍ତା ସ୍ୱାମୀର ମୃତ୍ୟୁ ହୋଇଯାଇଥିଲା। ସେତେବେଳେକୁ ତାର କୌଣସି ସନ୍ତାନ ନଥିଲା। ତେଣୁ ସେ ପୁତୁରା ସଂସ୍ପର୍ଶରେ ଆସିଥିଲା। ଧୀରେଧୀରେ ଉଭୟଙ୍କ ମଧ୍ୟରେ ଅବୈଧ ସମ୍ପର୍କ ଗଢ଼ି ଉଠିଥିଲା ବୋଲି ଗ୍ରାମବାସୀ କହନ୍ତି।

ସମ୍ବନ୍ଧିତ ଖବର