ନକଲି ଡାକ୍ତର ରମେଶର ଆଉ ଏକ କାରନାମା, ଡାକ୍ତରୀ ସିଟ୍ ଦେବା ନାଁରେ ଚୁନ ଲଗାଇଛି ୧୮ ଲକ୍ଷ

ଭୁବନେଶ୍ବର : ନିଜକୁ ଡାକ୍ତର କହି ୧୭ ମହିଳାଙ୍କୁ ବିବାହ କରିଥିବା ରମେଶ ସ୍ବାଇଁଙ୍କ ନାଁରେ ଆଉ ଏକ ସାଂଘାତିକ ଅଭିଯୋଗ ଆସିଛି । ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି ଜଗସିଂହପୁର ଜିଲ୍ଲାର ବାସିନ୍ଦା ଅଭୟ କୁମାର ଦାସ । ଅଭୟଙ୍କ ପୁଅକୁ ଏମବିବିଏସ ପଢିବା ପାଇଁ ସିଟ୍ କରାଇଦେବେ କହି ୧୮ ଲକ୍ଷ ଟଙ୍କା ଲୁଟି ନେଇଥିଲେ ଅଭିଯୋଗ ହୋଇଛି । ଡାକ୍ତର ରମେଶଙ୍କ ଭିଣୋଇ ଗଣେଶ୍ୱର ବେହେରା ଟଙ୍କା ଦେବା ପାଇଁ ପ୍ରବର୍ତ୍ତାଇ ଥିଲେ । ଏହି ଠକେଇ କାରବାର ପଛର ମାଷ୍ଟରମାଇଣ୍ଡ୍ ଥିଲେ ଡାକ୍ତର ରମେଶ ସ୍ବାଇଁ । ରମେଶ ନିଜକୁ ଭାରତ ସରକାରଙ୍କ ସ୍ବାସ୍ଥ୍ୟ ମନ୍ତ୍ରଣାଳୟରେ ଡେପୁଟି ଡାଇରେକ୍ଟର ଜେନେରାଲ ଥିବା କହି ଠକେଇ କରୁଥିବା ଅଭିଯୋଗ ହୋଇଛି ।

ସୂଚନାଯୋଗ୍ୟ ଯେ, ଗତ ସପ୍ତାହରେ ଭୁବନେଶ୍ବରରେ ଗିରଫ ହୋଇଥିବା ରମେଶକୁ ପୁଲିସର ଏକ ସ୍ବତନ୍ତ୍ର ଟିମ ଜେରା କରୁଛି । ପ୍ରତିଦିନ ତା ଅପରାଧର ନୂଆ ନୂଆ ଫର୍ଦ୍ଦ ଖୋଲୁଛି । ଏହା ସହିତ ତା ବିରୋଧରେ ନୂଆ ନୂଆ ଅଭିଯୋଗ ଆସୁଛି ।

 

ସମ୍ବନ୍ଧିତ ଖବର