ବାପାଙ୍କ କାର ଚୋରି କରି ପ୍ରେମିକାଙ୍କୁ ଧରି ଘଣ୍ଟା ପ୍ରତି ୧୫୦କିମି ବେଗରେ ଯାଉଥିବା ନାବାଳକ ପ୍ରେମିକକୁ ଧରିଲା ପୁଲିସ

ନ୍ୟୁୟର୍କ: ଆମେରିକାରେ ଜଣେ ୧୪ବର୍ଷର ନାବାଳକ ନିଜ ୧୧ବର୍ଷର ପ୍ରେମିକାଙ୍କୁ ଧରି କାରରେ ଫେରାର ହୋଇଯାଇଥିବାର ଏକ ଘଟଣା ସାମ୍ନାକୁ ଆସିଛି। ଫେରାର ହୋଇଥିବା ନାବାଳକ ଓ ନାବାଳିକାଙ୍କୁ ପୁଲିସ ଧରିଲା ବେଳକୁ ଦୁହେଁ ୧୯୦୦କିଲୋମିଟର ପର୍ଯ୍ୟନ୍ତ ପହଞ୍ଚି ସାରିଥିଲେ।

ପୁଲିସ ସୂତ୍ରରୁ ପ୍ରକାଶ, ଗୁରୁବାର ୧୪ ବର୍ଷୀୟ କେଭିନ୍ ଫିଗୁରୋସଙ୍କ ପରିବାର ଲୋକେ ତାଙ୍କ ପୁଅ ନିଖୋଜ ହେବା ସହିତ ନିଜ ବାପାଙ୍କ ଟୋୟୋଟା ମିନିଭ୍ୟାନ୍ ନେଇ ଘରୁ ଫେରାର ହୋଇଯାଇଥିବା ନେଇ ପୁଲିସରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ ଆଧାର କରି ପୁଲିସ ନାବାଳକ ଓ ନାବାଳିକାଙ୍କୁ ଖୋଜିବା ପାଇଁ ତଦନ୍ତ ଆରମ୍ଭ କରିଥିଲା।

ନାବାଳକ ଜଣକ ଯେଉଁ ରାସ୍ତାରେ ନାବାଳିକା ପ୍ରେମିକାକୁ ଧରି ଫେରାର ହେଉଥିଲା ସେହି ରାସ୍ତାରେ ସ୍ପିଡ ଲିମିଟ୍ ପ୍ରତି ଘଣ୍ଟାକୁ୧୦୪ କିମି ଥିବାବେଳେ ସେ ପ୍ରତି ଘଣ୍ଟାକୁ ୧୫୦କିମି ବେଗରେ ଗାଡ଼ି ଚଲାଇ ଯାଉଥିବା ଜଣାପଡ଼ିଛି।

୧୪ବର୍ଷୀୟ କେଭିନ୍ ଫିଗୁରୋସ୍ ନ୍ୟୁୟର୍କରୁ ଆୟୋଭା ରାଜ୍ୟକୁ ପହଞ୍ଚି ଯାଇଥିଲା। ରବିବାର ଆୟୋଭାରେ ତାକୁ ଧରାଯାଇଥିଲା। ଏବେ ତାକୁ ନ୍ୟୁୟର୍କ ଆଣିବାକୁ ପ୍ରସ୍ତୁତି କରାଯାଉଛି।

ସମ୍ବନ୍ଧିତ ଖବର