ବୁଦାମୂଳରୁ ଆସୁଥିଲା ଅଦ୍ଭୁତ ଶବ୍ଦ, ପାଖକୁ ଯାଇ ଦେଖିଲା ବେଳକୁ ଲୋକଙ୍କର ଉଡିଗଲା ହୋସ୍‌

ରାଞ୍ଚି: ରାଞ୍ଚିସ୍ଥିତ ନାମକୁମ ଥାନା ନିକଟରେ ଏକ ନବଜାତ ଶିଶୁକୁ ବୁଦାରେ ପଡ଼ିଥିବା ଅବସ୍ଥାରେ ସ୍ଥାନୀୟଲୋକ ଉଦ୍ଧାର କରିଛନ୍ତି । ଯଦି ଠିକ୍‌ ସମୟରେ ଲୋକମାନେ ସେଠାରେ ପହଞ୍ଚି ନଥାଆନ୍ତେ ତେବେ କଅଁଳ ଶିଶୁର ଜୀବନ ଚାଲି ଯାଇ ଥାଆନ୍ତା। ବର୍ତ୍ତମାନ ଶିଶୁକୁ ହସ୍‌ପିଟାଲ୍‌ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ଓ ତାର ଅବସ୍ଥା ଏବେ ଗମ୍ଭୀର ରହିଛି ବୋଲି ଡାକ୍ତର ପକ୍ଷରୁ ପ୍ରକାଶ।

ନାମକୁମ ଥାନା ନିକଟରେ ଗତ ଗୁରୁବାର ବୁଦାରୁ ଏକ ଶିଶୁର କାନ୍ଦିବାର ଅଦ୍ଭୁତ ସ୍ୱର ଶୁଣିବାକୁ ମିଳିଥିଲା। ପାଖଆଖର ଲୋକମାନେ ଯେତେବେଳେ ବୁଦା ପାଖକୁ ଯାଇଥିଲେ ସେଠାକାର ଦୃଶ୍ୟ ଦେଖି ସ୍ତବ୍ଧ ହୋଇ ରହି ଯାଇଥିଲେ। ସେମାନେ ଦେଖିବାକୁ ପାଇଥିଲେ ବୁଦାରେ ଏକ ନବଜାତ ଶିଶୁ ପଡ଼ିଛି ଓ ତାକୁ ପିମ୍ପୁଡ଼ି ଘେରି ଯାଇଛନ୍ତି। ଲୋକମାନେ ତୁରନ୍ତ ଝାଡ଼ିରୁ ଶୁଶୁକୁ ଆଣି ତା’ ଶରୀରରୁ ପିମ୍ପୁଡ଼ି ସଫା କରି ଦେଇଥିଲେ। ଏହାପରେ ତୁରନ୍ତ ଚିକିତ୍ସା ପାଇଁ ହସ୍‌ପିଟାଲ ନେଇ ଯାଇଥିଲେ।

ଶିଶୁଟିକୁ ବୁଦାରୁ ଆଣିଥିବା ଲୋକମାନଙ୍କ କହିବାନୁସାରେ, ନବଜାତ ଶିଶୁକୁ ଉଦ୍ଧାର କରିବା ସମୟରେ ତାର ସମ୍ପୂର୍ଣ୍ଣ ଶରୀରରେ ପିମ୍ପୁଡ଼ିରେ ଭର୍ତ୍ତି ହୋଇଯାଇଥିଲା। ଡେରି ହୋଇଥିଲେ ଶିଶୁଟିର ଜୀବନ ଚାଲି ଯାଇଥାଆନ୍ତା। ପୁଲିସ ଦୋଷୀକୁ ଧରିବା ସହିତ ତାକୁ ଦଣ୍ଡଦେବା ଉଚିତ। ପୁଲିସ ଘଟଣାର ସତ୍ୟତା ଜାଣିବା ପାଇଁ ସ୍ଥାନୀୟଅଞ୍ଚଳର ସିସିଟିଭି ଫୁଟେଜକୁ ଯାଞ୍ଚ କରୁଛି।

ସମ୍ବନ୍ଧିତ ଖବର