ନୂଆଦିଲ୍ଲୀ: ଜଣେ ୬୩ବର୍ଷିଅ ବୃଦ୍ଧ ତାଙ୍କର ଗର୍ଲଫ୍ରେଣ୍ଡ ପାଇଁ ଚୋରି କରି ଖର୍ଚ୍ଚ ଉଠାଉଥିବା ନେଇ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ପୁଲିସ ଦ୍ୱାରା ଗିରଫ ହୋଇଥିବା ଏହି ବୃଦ୍ଧ ଚୋରର ନାମ ବନ୍ଧୁ ସିଂହ(୬୩) ଏବଂ ସେ ଆନନ୍ଦ ପର୍ବତରେ ବସବାସ କରୁଥିବା ଜଣାପଡ଼ିଛି। ଏହି ଚୋରଙ୍କଠାରୁ ୨ଟି ଲ୍ୟାପଟପ୍, ଗୋଟିଏ ଏଲଇଡି ଓ ନଗଦ ୫ହଜାର ଟଙ୍କା ଜବତ କରିଛି ପୁଲିସ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ, ଗିରଫ ହୋଇଥିବା ୬୩ବର୍ଷିଅ ବୃଦ୍ଧ ଅବିବାହିତ । ସେ ଏବେ ବି ବିବାହ କରିବାକୁ ଚାହାନ୍ତି ନାହିଁ ସବୁବେଳେ କେଶ କଳା କରି ନୂଆନୂଆ ଯୁବତୀଙ୍କୁ ନିଜ ଜାଲରେ ଫସାଇ ଥାଆନ୍ତି। ପରିଣତ ବୟସରେ ବିବାହ ନକରି ବି ତାଙ୍କର ଅଛନ୍ତି ୫ଟି ଗର୍ଲଫ୍ରେଣ୍ଡ। ସେ ଗର୍ଲଫ୍ରେଣ୍ଡମାନଙ୍କ ଖର୍ଚ୍ଚ ଉଠାଇବା ପାଇଁ ପ୍ରତିଦିନ କରି ଥାଆନ୍ତି ଚୋରି। ବନ୍ଧୁ ସିଂହ ସରାୟ ରୋହିଲ୍ଲା ଅଞ୍ଚଳରେ ଚାରିଟି ମାମଲାରେ ଓ୍ଵାଣ୍ଟେଡ ଥିଲେ।
ପୁପୁଲିସ ସୂତ୍ରରୁ ପ୍ରକାଶ, ବନ୍ଧୁ ସିଂହ ଗତ ୨୮ ତାରିଖରେ ସରାୟ ରୋହିଲ୍ଲା ଇଣ୍ଡଷ୍ଟ୍ରିଆଲ ଅଞ୍ଚଳରେ ଥିବା ଏକ ଫ୍ୟାକଟ୍ରିରୁ ଚୋରି କରୁଥିବା ସମୟରେ ସିସିଟିଭି ଫୁଟେଜରେ କୈଦ୍ ହୋଇଯାଇଥିଲା। ଏହି ଚୋରି ଘଟଣା ଜାଣିବା ପରେ ସରାୟ ରୋହିଲ୍ଲା ଏସିପି ପିୟୁଷ, ଏସଏଚଓ ରାମ ଚନ୍ଦ୍ର ଓ ଏଏସ୍ଆଇ କର୍ମବୀରଙ୍କ ଟିମ ଉକ୍ତ ବୃଦ୍ଧଙ୍କ ଉପରେ ଚଢ଼ାଉ କରି ଧରିଥିଲେ। ଏହାପରେ ତାଙ୍କୁ ଚୋରି ବିଷୟରେ ଜେରା କରିବା ଆରମ୍ଭ କରି ଦେଇଥିଲେ। ଏହି ଜେରା ପରେ ଜଣାପଡ଼ିଲା ବୃଦ୍ଧ ଅବିବାହିତ ଏବଂ ତାଙ୍କର ୫ଟି ଗର୍ଲଫ୍ରେଣ୍ଡ ଅଛନ୍ତି। ସେମାନଙ୍କ ଖର୍ଚ୍ଚ ଉଠାଇବା ପାଇଁ ସେ ଚୋରି କରି ଆସୁଛନ୍ତି।