ପରକୀୟା ପ୍ରୀତି ମହଙ୍ଗା ପଡ଼ିଲା : ନବବିବାହିତା ମହିଳା ଓ ତାଙ୍କ ପ୍ରେମିକଙ୍କ ନାକ କାଟି ଦେଲେ ଗ୍ରାମବାସୀ

ଅଯୋଧ୍ୟା: ଉତ୍ତରପ୍ରଦେଶର ଅଯୋଧ୍ୟାରେ ଜଣେ ନବବିବାହିତା ମହିଳାଙ୍କୁ ପରକୀୟା ପ୍ରୀତି ମହଙ୍ଗା ପଡ଼ିଛି। ପ୍ରେମିକ ସହ ନବବିବାହିତା ମହିଳାଙ୍କୁ ଆପତ୍ତିଜନକ ଅବସ୍ଥାରେ ଦେଖିବା ପରେ ଗାଁ ଲୋକେ ଉଭୟଙ୍କୁ ନିସ୍ତୁକ ମାଡ ମାରିବା ସହ ଦୁହିଁଙ୍କ ନାକ କାଟି ଦେଇଥିବା ଜଣାପଡ଼ିଛି। ଏହା ପରେ ରକ୍ତାକ୍ତ ଅବସ୍ଥାରେ ବିବାହିତା ମହିଳା ଓ ତାଙ୍କ ପ୍ରେମିକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

https://www.ibc24.in/

ଅଯୋଧ୍ୟାର ଖଣ୍ଡ ପିପରା ଅଞ୍ଚଳରେ ଏଭଳି ଲଜ୍ଜାଜନକ ଘଟଣା ଘଟିଛି। ଖଣ୍ଡ ପିପରା ଗାଁରେ ରହୁଥିବା ୩୦ ବର୍ଷର ବିବାହିତା ମହିଳା ସେହି ଗାଁର ଜଣେ ୨୩ ବର୍ଷର ଯୁବକଙ୍କ ପ୍ରେମରେ ପଡ଼ି ଯାଇଥିଲେ। ଗତ ସୋମବାର ବିଳମ୍ବିତ ରାତିରେ ବିବାହିତା ମହିଳାଙ୍କ ସ୍ୱାମୀ ଘରେ ନଥିବା ବେଳେ ସେ ଶୌଚ ହେବା ବାହାନାରେ ବାହାରକୁ ଯାଇଥିଲେ। ଏହି ସମୟରେ ମହିଳା ତାଙ୍କ ପ୍ରେମିକଙ୍କୁ ଭେଟି ଥିଲେ। ଦୁହିଁଙ୍କୁ ଆପତ୍ତିଜନକ ଅବସ୍ଥାରେ ସଂପୃକ୍ତ ମହିଳାଙ୍କ ଶାଶୁ ଘର ଲୋକ ଦେଖି ଦେଇଥିଲେ। ଏହାପରେ ଗାଁ ଲୋକଙ୍କୁ ନବବିବାହିତ ମହିଳାଙ୍କ ପରକୀୟା ପ୍ରୀତି ବିଷୟରେ ଜଣାଇଥିଲେ।

https://www.ibc24.in/

ଗାଁ ଲୋକେ ଏହି ଘଟଣା ବିଷୟରେ ଜାଣିବା ପରେ ମହିଳା ଓ ତାଙ୍କ ପ୍ରେମିକଙ୍କୁ ସମସ୍ତଙ୍କ ସମ୍ମୁଖରେ ବାନ୍ଧି ନିସ୍ତୁକମାଡ ମାରିଥିଲେ। କେବଳ ଏତିକି ନୁହେଁ, ଦୁହିଁଙ୍କ ନାକ ମଧ୍ୟ କାଟି ଦେଇଥିଲେ ଗ୍ରାମବାସୀ।

ନାକ କାଟିବା ପରେ ଦୁହିଁଙ୍କ ଅବସ୍ଥା ଶୋଚନୀୟ ହୋଇପଡ଼ିଥିଲା। ଏହାପରେ ମହିଳା ଓ ତାଙ୍କ ପ୍ରେମିକଙ୍କୁ ଚିକିତ୍ସା ପାଇଁ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଏହି ଘଟଣା ବିଷୟରେ ପୁଲିସକୁ ଖବର ଦିଆଯିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର