ନୂଆବୋହୂ ୪ ମାସର ଅନ୍ତଃସତ୍ତ୍ବା ଜାଣିବା ପରେ ଥାନାରେ ଏତଲା ଦେଲେ ସ୍ବାମୀ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ମହାରାଜଗଞ୍ଜରେ ମାତ୍ର ଦେଢ଼ ମାସ ତଳେ ବାହାଘର ହୋଇଥିବା ଜଣେ ନୂଆବୋହୂ ୪ ମାସର ଅନ୍ତଃସତ୍ତ୍ବା ହୋଇଥିବା କଥା ଜାଣିବା ପରେ ସ୍ବାମୀ ଓ ଶାଶୂଘର ଲୋକେ ଥାନାରେ ଏତଲା ଦେଇଛନ୍ତି।

ପେଟରେ ଯନ୍ତ୍ରଣା ହେଉଛି ବୋଲି କହିବା ପରେ ନୂଆବୋହୂ ପ୍ରକୃତ କଥା ଜଣାପଡ଼ିଥିଲା। ‘ଅଲ୍‌ଟ୍ରା-ସୋନୋଗ୍ରାଫି’ କରିବା ପରେ ନୂଆବୋହୂର ପିଲାପିଲି ହେବ ବୋଲି ଶାଶୂଘର ଲୋକେ ସୁନିଶ୍ଚିତ ହୋଇଗଲେ। ତା’ପରେ ସେମାନେ ବୋହୂକୁ ଘରକୁ ନେବାକୁ ମନାକଲେ।

Image Courtesy of India.com

ସ୍ବାମୀ ମଧ୍ୟ ଥାନାରେ ଏ ସଂକ୍ରାନ୍ତରେ ଲିଖିତ ଅଭିଯୋଗ ଦାଏର କଲେ। ଅଭିଯୋଗ ପତ୍ରରେ ସେ ଲେଖିଛନ୍ତି ଯେ, ଗାଁ’ର ଜଣେ ଆତ୍ମୀୟଙ୍କ ଜରିଆରେ ଦେଢ଼ ମାସ ପୂର୍ବେ ସେ ପାଖ ଜିଲ୍ଲାର ଜଣେ ଝିଅକୁ ବିଭା ହୋଇଥିଲେ। ଘରସଂସାର ଠିକ୍‌ ନ ହେଉଣୁ ସେ ଠକାମିରେ ପଡ଼ିଗଲେ।

ଝିଅ ଅନ୍ତଃସତ୍ତ୍ବା ବୋଲି ଜାଣି ସୁଦ୍ଧା ତା’ର ବାପାମାଆ ସେକଥା ଲୁଚାଇ ଥିବା କଥା ନବବଧୂର ସ୍ବାମୀ ଓ ଶାଶୂଘର ଲୋକେ ମଧ୍ୟ ଅଭିଯୋଗ କରିଛନ୍ତି।

କୋଲ୍‌ହୁଇ ଏସ୍‌.ଏଚ୍‌.ଓ. ଅଭିଷେକ ସିଂହ କହିଛନ୍ତି ଯେ, ପୁଲିସ ତନ୍ନତନ୍ନ କରି ସମଗ୍ର ଘଟଣା ବିଷୟରେ ତଦନ୍ତ କରୁଛି।

ସମ୍ବନ୍ଧିତ ଖବର