ବିବାହର ପରଦିନ ସ୍ୱାମୀ ଓ ତାଙ୍କ ସଂପର୍କୀୟଙ୍କ ଦ୍ୱାରା ଗଣଦୁଷ୍କର୍ମର ଶିକାର ହେଲେ ନବବିବାହିତା

ଚଣ୍ଡିଗଡ଼: ହରିଆଣାର କୁରୁକ୍ଷେତ୍ରସ୍ଥିତ ବାବେନ୍‌ ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା। ଜଣେ ମହିଳାଙ୍କୁ ତାଙ୍କର ବିବାହ ରାତିରେ ନିଜ ସ୍ୱାମୀ, ସ୍ୱାମୀଙ୍କ ସଂପର୍କୀୟ ଓ ଚାରି ଜଣ ତାନ୍ତ୍ରିକ ମିଶି ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ପୀଡ଼ିତା ମହିଳାଙ୍କ ବାପା ତାଙ୍କ ଜ୍ୱାଇଁ, ଜ୍ୱାଇଁଙ୍କ ପରିବାର, ସଂପର୍କୀୟ ଏବଂ ତାନ୍ତ୍ରିକ ସମେତ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଅଭିଯୋଗ ଆଣିବା ପରେ କୁରୁକ୍ଷେତ୍ର ମହିଳା ପୁଲିସ୍‌ ଷ୍ଟେସନ୍‌ ଏକ ମାମଲା ରୁଜୁ କରିଛି।

କୁରୁକ୍ଷେତ୍ର ମହିଳା ପୁଲିସ୍‌ ଷ୍ଟେସନ୍‌ର ଷ୍ଟେସନ୍‌ ହାଉସ୍‌ ଅଧିକାରୀ, ଇନ୍‌ସ୍ପେକ୍ଟର ଶିଲାବତୀ ଏଫ୍‌ଆଇଆର୍‌ ପଞ୍ଜିକରଣ ସଂପର୍କରେ ସ୍ପଷ୍ଟ କରିଛନ୍ତି।

ଏ ସଂପର୍କରେ ଇନ୍‌ସ୍ପେକ୍ଟର ଶିଲାବତୀ କହନ୍ତି ଯେ ‘ମହିଳା ଜଣଙ୍କୁ ସେପ୍ଟମ୍ବର ୧୩ ଏବଂ ୧୪ରେ ଗଣଦୁଷ୍କର୍ମ କରାଯିବା ପରେ ସେପ୍ଟମ୍ବର ୨୬ ତାରିଖରେ କୁରୁକ୍ଷେତ୍ର ମହିଳା ପୁଲିସ୍‌ ଷ୍ଟେସନ୍‌ରେ ଏକ ଜିରୋ ଏଫ୍‌ଆଇଆର୍‌ ଦର୍ଜ ହୋଇଥିଲା। ମହିଳାଙ୍କର ଡାକ୍ତରୀ ରିପୋର୍ଟ ସହ ତାଙ୍କର ନମୂନାକୁ ଲ୍ୟାବ୍‌ ଟେଷ୍ଟ୍‍ ପାଇଁ ବି ପଠାଯାଇଥିଲା।’

ଅଭିଯୋଗ ଅନୁସାରେ, ୨୨ ବର୍ଷୀୟା ମହିଳା ସେପ୍ଟମ୍ବର ୧୨ ତାରିଖରେ ବିବାହ କଲେ। ୧୩ ତାରିଖ ଦିନ ତାଙ୍କ ସ୍ୱାମୀ ଏବଂ ସ୍ୱାମୀଙ୍କ ବନ୍ଧୁ ମଦ୍ୟପାନ କରି ତାଙ୍କୁ ଏକ ଘରେ ବନ୍ଦୀ କରି ତାଙ୍କ ସହ ଏପରି କରିଥିଲେ।

ସମ୍ବନ୍ଧିତ ଖବର