ନୂଆଦିଲ୍ଲୀ: ଦିଲ୍ଲୀର ଏକ ପଞ୍ଚତାରକା ହୋଟେଲରେ ଜଣେ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ମାଗଣାରେ ଜଳଖିଆ ଖାଇବା ପାଇଁ ଏକ ଅନନ୍ୟ ପ୍ରାଙ୍କ କରିବା ପାଇଁ ଚେଷ୍ଟା କରିଥିଲେ, କିନ୍ତୁ ଏହି ପ୍ରାଙ୍କ ତାଙ୍କ ପାଇଁ ମହଙ୍ଗା ପଡ଼ି ଯାଇଥିଲା।।

Advertisment

ସୋସିଆଲ ମିଡିଆ ଜରିଆରେ ସାମ୍ନାକୁ ଆସିଥିବା ଭିଡିଓରେ ପ୍ରଥମେ ଦେଖିବାକୁ ମିଳୁଛି,  ଇନଫ୍ଲୁଏନ୍ସର ଜଳଖିଆ ବୁଫେର ସୁଯୋଗ ନେବା ପାଇଁ ହୋଟେଲରେ ପ୍ରବେଶ କରୁଛନ୍ତି ଏବଂ ନିଜକୁ ଅତିଥି ଭାବରେ ଉପସ୍ଥାପନ କରୁଛନ୍ତି। 

 ହୋଟେଲ କର୍ମଚାରୀମାନେ ଇନଫ୍ଲୁଏନ୍ସରଙ୍କ ମାଗଣା ଜଳଖିଆ ଖାଇବାର ଚାଲ ଜାଣି ନେଇଥିଲେ। ଏହାପରେ ଇନଫ୍ଲୁଏନ୍ସରଙ୍କୁ ଜଳଖିଆ ବାବଦକୁ ୩,୬୦୦ ଟଙ୍କା ଦେବାକୁ ବାଧ୍ୟ କରିଥିଲେ। ଇନଫ୍ଲୁଏନ୍ସର ବି ସଙ୍ଗେସଙ୍ଗେ ଯେତିକି ଟଙ୍କାର ଜଳଖିଆ ଖାଇଥିଲେ ତାହାକୁ ବିନା ବାଧାରେ ପୈଠ କରି ଦେଇଥିଲେ। 

ଏହି ଭିଡିଓକୁ ଦେଖିବା ପରେ କିଛି ଲୋକ ଏହାକୁ 'ମାଗଣା ଖାଦ୍ୟ ଖାଇବାର ବିଫଳ ପ୍ରୟାସ' ବୋଲି କହୁଥିବା ବେଳେ ଆଉ କିଛି ଲୋକ ହୋଟେଲ କର୍ମଚାରୀଙ୍କ ସତର୍କତାକୁ ପ୍ରଶଂସା କରିଛନ୍ତି।