ଦେଖନ୍ତୁ, କିଭଳି କ୍ରୋଧିତ ହାତୀ ଜଙ୍ଗଲ ଭିତରୁ ଧୂଳି ଉଡ଼ାଇ ରାସ୍ତାକୁ ଚାଲି ଆସି ବାଇକ୍‌ ଚାଳକଙ୍କୁ ଗୋଡ଼ାଉଛି

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ନିକଟରେ ଏକ ହାତୀର ଭିଡିଓ ଭାଇରଲ ହେବାରେ ଲାଗିଛି । ଯାହାକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ।

ଏହି ଭିଡିଓକୁ ଇଣ୍ଡିଆନ ଫରେଷ୍ଟ ସର୍ଭିସ ଅଫିସର ପ୍ରବୀଣ କାସବାନ ସେୟାର କରିଥିଲେ। ପ୍ରବୀଣ ସେୟାର କରିଥିବା ଭିଡିଓରେ ଦେଖିବାକୁ ମିଳୁଛି, ଫରେଷ୍ଟ ଅଫିସର ହାତୀ ଯିବାପାଇଁ ରାସ୍ତାର ଦୁଇ ପାର୍ଶ୍ୱକୁ ବନ୍ଦ କରି ଦେଇଥିଲେ। ଲୋକମାନେ ରାସ୍ତାରେ ଗାଡ଼ି ଧରି ଛିଡ଼ା ହୋଇ ହାତୀ ଯିବାର ଅପେକ୍ଷା କରି ରହିଥିଲେ। ତେବେ, ଏହି ସମୟରେ  ଜଣେ ବ୍ୟକ୍ତି ହଠାତ ବାଇକ ନେଇ ରାସ୍ତାରେ ଯିବାକୁ ଉଦ୍ୟମ କରିଥିଲେ। ଯାହାକୁ ଦେଖି ଏକ ହାତୀ ତାଙ୍କୁ ଆକ୍ରମଣ କରିବା ପାଇଁ ତାଙ୍କ ପଛରେ ଗୋଡ଼ାଇବାରେ ଲାଗିଥିଲା। ତେବେ ଚାଳକ ଜଣକ ନିଜର ଉପସ୍ଥିତ ବୁଦ୍ଧି ଖଟାଇ ଦ୍ରୁତ ଗତିରେ ବାଇକ ଚଳାଇ ସେଠାରୁ ଚାଲି ଯାଇଥିଲେ। ଫଳରେ ସୌଭାଗ୍ୟବଶତଃ ସେ ହାତୀଠାରୁ ନିଜକୁ ରକ୍ଷା କରି ନେବାରେ ସମର୍ଥ ହୋଇଥିଲେ।

 

ଘଟଣାସ୍ଥଳରେ ଉପସ୍ଥିତ ଲୋକଙ୍କ କହିବାନୁସାରେ, ଯଦି କାଳବିଳମ୍ବ ହୋଇଥାଆନ୍ତା ତେବେ ଉକ୍ତ ବାଇକ୍‌ ଚାଳକଙ୍କ ଜୀବନ ଚାଲି ଯିବାର ଅନେକ ସମ୍ଭାବନା ରହିଥିଲା।

ସମ୍ବନ୍ଧିତ ଖବର