ପୁଣେ: ମହାରାଷ୍ଟ୍ରର ପୁଣେରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୨୮ବର୍ଷ ବୟସ୍କା ବ୍ୟକ୍ତିଙ୍କୁ ତାଲେଗାଓଁ ଦାଭାଦେ ପୁଲିସ ପିତାଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଗିରଫ କରିଛି।
ପ୍ରକାଶିତ ଖବର ଅନୁଯାୟୀ, ଗିରଫ ବ୍ୟକ୍ତି ଜଣକ ଏଭଳି ଚରମ ପଦକ୍ଷେପ ନେବାର କାରଣ ତାଙ୍କ ବାପା ତାଙ୍କୁ ଓ ତାଙ୍କ ମା’ଙ୍କୁ ଅନେକ ଦିନ ହେବ ନିର୍ଯାତନା ଦେଇ ଆସୁଥିଲେ।
ସବ ଇନ୍ସପେକ୍ଟର ସନ୍ଦୀପ ଗାଡିଲକର ଏହି ପ୍ରସଙ୍ଗରେ କହିଛନ୍ତି ଯେ ଅଭିଯୁକ୍ତ ଏକ ଘରୋଇ କମ୍ପାନିରେ ହାଉସକିପଂ ଭାବରେ କାମ କରୁଥିଲା। ତାର ବାପ ରାଜୁ ପାରାଧେ ଜଣେ ଦିନ ମଜୁରିଆ ଭାବେ କାମ କରନ୍ତି। ରାଜୁ ତାଙ୍କ ପତ୍ନୀ, ପୁଅ ଏବଂ ପରିବାରର ଅନ୍ୟ ସଦସ୍ୟଙ୍କୁ ଦୁର୍ବ୍ୟବହାର କରୁଥିଲେ।
ଗତ ଗୁରୁବାର ସକାଳେ ମୃତ ବ୍ୟକ୍ତି ଘରେ ଉପସ୍ଥିତ ଥିବା ସମସ୍ତଙ୍କ ସହିତ ଦୁର୍ବ୍ୟବହାର କରିବା ଆରମ୍ଭ କରିଥିଲେ। ଏହା ପୁଅ ଗଣେଶକୁ ଭଲ ଲାଗି ନଥିଲା। ସେ ରାଗି ଯାଇ ପାଖରେ ପଡ଼ିଥିବା ଏକ ବାଡ଼ିରେ ବାପା ରାଜୁଙ୍କୁ ମାଡ଼ ମାରିବା ସହିତ କାନ୍ଥରେ ମୁଣ୍ଡ ପିଟି ଦେଇଥିଲା। କାନ୍ଥରେ ମୁଣ୍ଡ ପିଟି ହୋଇଯିବା ହେତୁ ଘଟଣାସ୍ଥଳରେ ରାଜୁଙ୍କ ମୃତ୍ୟୁ ହୋଇଯାଇଥିଲା। ଏହି ଖବର ପୁଲିସ ପାଖରେ ପହଞ୍ଚିଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ପୁଅ ବିରୋଧରେ ଆଇପିସି ଧାରା ୩୦୨ଅନୁଯାୟୀ ମାମଲା ରୁଜୁ କରି ଗିରଫ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/npr-domestic-violence_wide-00561af0d8b3e871f655c5ae60467c24e463cc04-s1100-c50.jpg)