ନୂଆଦିଲ୍ଳୀ: ଧରାପଡ଼ିଥିବା ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈଶ୍‌-ଏ-ମହମ୍ମଦର ୪  ଆତଙ୍କବାଦୀଙ୍କ ନାମରେ ଚାର୍ଜସିଟ୍‌ ଦାଖଲ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା(ଏନ୍‌ଆଇଏ)। ଦିଲ୍ଳୀ ଏବଂ ନେସ୍‌ନାଲ୍‌ କ୍ୟାପିଟାଲ୍‌ ରିଜିଅନ୍‌(ଏନ୍‌ସିଆର୍‌) ଅଞ୍ଚଳରେ ଆତଙ୍କବାଦୀ ଆକ୍ରମଣ କରିବାକୁ ଜୈଶ୍‌ ଆତଙ୍କବାଦୀ ସଜ୍ଜଦ ଅହମ୍ମଦ ଖାନ୍‌ ଯୋଜନା କରୁଛି ବୋଲି ସୂଚନା ହସ୍ତଗତ ହେବା ପରେ ଏନଆଇଏ ଚଢ଼ାଉ କରି ତାକୁ ଧରିଥିଲା। ଆଜି ଜୈଶ୍‌-ଏ-ମହମ୍ମଦର ସଦସ୍ୟ ଥିବା ୪ ଜଣଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ କରିଛି ଏନ୍‌ଆଇଏ।

Advertisment

ସଜିଦ ଅହମ୍ମଦ ଖାନ(୨୭)ଙ୍କ ବ୍ୟତୀତ ଏହି ଚାର୍ଜସିଟ୍‌ରେ ତନଭିର୍‌ ଅହମ୍ମଦ ଗାନି(୨୯), ବିଲାଲ୍‌ ଅହମ୍ମଦ ମିର୍‌(୨୩) ଏବଂ ମୁଜ୍ଜାଫର୍‌ ଅହମ୍ମଦ ଭଟ୍ଟ(୨୫)ଙ୍କ ନାମ ରହିଛି।

publive-image

ସଜ୍ଜଦ ଅହମ୍ମଦ ଖାନ୍‌ ହେଉଛି ଫେବ୍ରୁଆରି ୧୪ ତାରିଖରେ ପୁଲଓ୍ଵାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ମାଷ୍ଟର୍‌ ମାଇଣ୍ଡ୍‌ ମୁଦାସିର୍‌ ଅହମ୍ମଦ ଖାନ୍‌ର ଜଣେ ଘନିଷ୍ଠ ସହଯୋଗୀ। ୪୦ ଜଣ ଯବାନ ସହିଦ ହୋଇଥିବା ପୁଲଓ୍ଵାମା ଆକ୍ରମଣରେ ବି ସଜ୍ଜଦର ସଂପୃକ୍ତି ଥାଇପାରେ ବୋଲି ସନ୍ଦେହ କରାଯାଉଛି।

ଉଲ୍ଲେଖଯୋଗ୍ୟ, ପୁଲଓ୍ଵାମା ଆକ୍ରମଣର ମାଷ୍ଟର୍‌ ମାଇଣ୍ଡ୍‌ ମୁଦାସର୍‌ ଗତ କିଛି ଦିନ ତଳେ ସୁରକ୍ଷା ବଳ ଦ୍ୱାରା ଏନ୍‌କାଉଣ୍ଟର୍‌ରେ ନିହତ ହୋଇଛି।