ମୋବାଇଲ ଫୋନ କିଣିବା ପାଇଁ ଦେଢ଼ ମାସର ଶିଶୁକୁ ୪୦ହଜାର ଟଙ୍କାରେ ବିକ୍ରି କଲା ମା’

ନୂଆଦିଲ୍ଲୀ : ନାଇଜେରିଆରେ ଜଣେ ମା’ କିଛି ଟଙ୍କା ପାଇଁ ମା’ର ମମତା ଭୁଲି ଯାଇଥିବା ଜଣା ପଡ଼ିଛି । ସାମାନ୍ୟ ଫୋନ କିଣିବା ପାଇଁ ନିଜ ଦେଢ଼ ମାସର ଶିଶୁକୁ ୪୦ ହଜାର ଟଙ୍କାରେ ବିକ୍ରି କରିଦେଇଥିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏ ନେଇ ସ୍ଥାନୀୟ ଲୋକେ ପୁଲିସରେ ଅଭିଯୋଗ କରିବା ପରେ ଆରୋପୀ ମହିଳାକୁ ଗିରଫ କରିଛି ପୁଲିସ ।

Adelaide Applied Physiotherapy

ସୂଚନା ମୁତାବକ, ୨୩ବର୍ଷିୟ ମିରେକଲ ଏକ ଅନାଥଆଶ୍ରମରେ ନିଜ ଶିଶୁକୁ ବିକ୍ରି କରିଥିବା ଜଣାପଡ଼ିଛି । ଏଥି ପାଇଁ ତାଙ୍କୁ ୪୦ ହଜାର ଟଙ୍କା ମିଳିଥିଲା । ଏହି କାମ ପାଇଁ ସେ ନିଜ ଭାଇଙ୍କ ସାହାଯ୍ୟ ନେଇଥିବା ବେଳେ ଅଭିଯୁକ୍ତ ଭାଇକୁ ଗିରଫ କରି ପାରିନାହିଁ ପୁଲିସ । ଅଭିଯୁକ୍ତ ଭାଇ ଶିଶୁକୁ ବିକ୍ରି କରିବା ପରେ କହିଥିଲେ, ଯେଉଁ ଟଙ୍କା ମିଳିବ ସେ ଟଙ୍କାରେ ତୁମେ ତୁମ ସ୍ୱାମୀଙ୍କ ବ୍ୟବସାୟରେ ଲଗାଇବା ସହ ନିଜ ପାଇଁ ଫୋନ କିଣି ପାରିବ । ଏହି ଅଭିଯୋଗ ପରେ ପୁଲିସ ମିରେକଲଙ୍କୁ ଗିରଫ କରିବା ସହ ତାଙ୍କ ଭାଇଙ୍କୁ ଖୋଜିବା ଆରମ୍ଭ କରିଛି ।

ସମ୍ବନ୍ଧିତ ଖବର