ନୂଆଦିଲ୍ଲୀ: ଗ୍ଲାମର ଦୁନିଆ ସାମ୍ନାକୁ ଯେତିକି ଚାକଚକ୍ୟ ଦିଶୁଥାଏ, ତାର ଭିତରେ ଅନେକ କାହଣୀ ଥାଏ। କେତେକ ଘଟଣା ସାମ୍ନାକୁ ଆସିଥିଲା ବେଳେ କେତେକ ଘଟଣାକୁ ଲୋକଲଜ୍ଜା ଭୟରେ ଚାପି ଦିଆଯାଇଥାଏ। ନିକଟରେ ନାଇଜେରିଆର ବିୟୁଟି କୁଇନ୍ଙ୍କ ସହିତ ଘଟିଥିବା ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ନାଇଜେରିଆର ବିୟୁଟି କୁଇନ୍ ନିଜର ଦୁଃଖକୁ ଗଣମାଧ୍ୟମ ସାମ୍ନାରେ ବଖାଣି ଲେଖିଛନ୍ତି, କି ସେ ଯେଉଁ ସ୍ଥାନରେ ଆଜି ପହଞ୍ଚିଛନ୍ତି ସେହି ସ୍ଥାନରେ ପହଞ୍ଚିବା ପାଇଁ କିପରି ତାଙ୍କୁ ସଂଘର୍ଷ କରିବାକୁ ପଡ଼ିଥିଲା। ।
ବିୟୁଟି କୁଇନ୍ ଓ ନାଇଜେରିଆର ପ୍ରସିଦ୍ଧ ମଡେଲ ଅଗବାନି କୁଇନ୍ସ ‘ମିସ୍ ଇନଫ୍ଲୁଏନସିଅାଲ୍ କୁଇନ୍ ନାଇଜେରିଆ’ର ସିଇଓ ଗୋଲ୍ଡ କେକରିଙ୍କ ବିରୋଧରେ ଅଭିଯୋଗ କରି କହିଛନ୍ତି କି, ସେ ତାଙ୍କୁ ବହୁ ପୁରୁଷଙ୍କ ସହ ଶାରୀରିକ ସମ୍ବନ୍ଧ ରଖିବାକୁ ବାଧ୍ୟ କରିଥିଲେ। ଅଗବାନି ସୋସିଆଲ ମିଡିଆରେ ଲେଖିଛନ୍ତି, ‘ମିସ୍ ଇନଫ୍ଲୁଏନସିଅାଲ୍ କୁଇନ୍ ନାଇଜେରିଆ’ର ସିଇଓ ତାଙ୍କୁ କହିଥିଲେ, କି ସେ ଏମିତି ପୁରୁଷଙ୍କ ସହିତ ସମ୍ବନ୍ଧ ରଖନ୍ତୁ ଯେଉଁମାନେ ତାଙ୍କ ପାଇଁ ଟଙ୍କା ଏକାଠି କରୁଛନ୍ତି। ସେ ଏପରି କରିବାକୁ ମନା କରିଦେବାରୁ ତାଙ୍କୁ ବ୍ଲାକ୍ମେଲ କରିବା ଆରମ୍ଭ କରି ଦେଇଥିଲେ। ସେ ନିଜ ସହିତ ଘଟିଥିବା ଏହି ଘଟଣାର ହ୍ଵାଟସ୍ ଆପ୍ ଓ ସ୍କ୍ରିନ୍ସଟ ବି ସେୟାର କରିଛନ୍ତି।