ଇଣ୍ଟର୍‌ପୋଲ୍‌ ସ୍କାନ୍‌ରେ ନିରବ: ନିରବଙ୍କୁ ଧରିବା ପାଇଁ ତତ୍ପର ହେଲା ବିମାନ ବନ୍ଦର

ନୂଆଦିଲ୍ଳୀ: ପିଏନବି ମହାଘୋଟାଲାକୁ ନେଇ ତତ୍ପର ହୋଇଉଠିଛି ସିବିଆଇ। ତଦନ୍ତର ଗତିର ବେଗକୁ ବଢ଼ାଇ ଦେଇଛି ସିବିଆଇ। ସୁରକ୍ଷା ଏଜେନ୍‌ସିମାନେ ଏହି ଘୋଟାଲାରେ ସାମିଲ ଥିବା ପ୍ରତ୍ୟେକ ଅଧିକାରୀଙ୍କୁ ଖୋଜି ଖୋଜି ବାହାର କରୁଛନ୍ତି। ତେବେ ଏହି ମହାଘୋଟଲାର ମୁଖ୍ୟ ଖଳନାୟକ ନିରବ ମୋଦି ଦେଶ ଛାଡ଼ି ଏବେ ବିଦେଶରେ ଲୁଚି ରହିଥିବା ଜଣାପଡିଛି। ତେଣୁ ୧୧,୪୦୦ କୋଟି ଟଙ୍କାର ଫ୍ରଡ ମାଷ୍ଟରକୁ ଧରିବା ପାଇଁ ଏବେ ଇଣ୍ଟରପୋଲର ସାହାଯ୍ୟ ନେଇଛି ସିବିଆଇ।

ଏଣିକି ଆଉ ସିବିଆଇ ଆଖିରେ ଧୂଳି ଦେଇ ପାରିବନି ମହାଘୋଟାଲାର ମହାଠକ ନିରଭ ମୋଦି। ନିରବକୁ ଧରିବା ପାଇଁ ବିଶ୍ୱର ସମସ୍ତ ବିମାନ ବନ୍ଦରକୁ ନୋଟିସ କରାଯାଇଛି। ଯଦି ଏହି ସମୟରେ ନିରଭ ଅନ୍ୟ କେଉଁ ଦେଶକୁ ଯିବାକୁ ଚେଷ୍ଟା କରେ ତେବେ ସଙ୍ଗେ ସଙ୍ଗେ ଭାରତୀୟ ସୁରକ୍ଷା ଏଜେନ୍‌ସିକୁ ସୂଚନା ମିଳି ପାରିବ। ଏହା ପୂର୍ବରୁ ମଧ୍ୟ ଇଣ୍ଟରପୋଲ ଜରିଆରେ କିଛି ନିଦ୍ଦିଷ୍ଟ ଦେଶରେ ନିରବଙ୍କୁ ନେଇ ନୋଟିସ ଜାରି କରାଯାଇଥିଲା। କିନ୍ତୁ ଏବେ ନିରଭ ଉପରେ ନଜର ରଖିବା ପାଇଁ ବିଶ୍ୱର ସମସ୍ତ ବିମାନମନ୍ଦରକୁ ନୋଟିସ ଜାରି କରାଯାଇଛି।

ନିରଭ ଏବେ କେଉଁଠି ? ତାହା ଏବେ ସିବିଆଇ ପାଇଁ ଏକ ବଡ ପ୍ରଶ୍ନ। ନିରବ କେଉଁଠି ଲୁଚିଛି ଏନେଇ କୌଣସି ସୂଚନା ସିବିଆଇ ପାଖରେ ନାହିଁ। କିନ୍ତୁ ମିଡିଆ ରିପୋର୍ଟ ଅନୁଯାୟୀ, ନିରବ ଏବେ ନ୍ୟୁୟର୍କର ଏକ ଆଲିସାନ ହୋଟେଲରେ ପରିବାର ସହ ଲୁଚି ରହିଛନ୍ତି। ଯେଉଁ ହୋଟେଲର ରାତିକୁ ଭଡ଼ା ପ୍ରାୟ ୮୩୦୦୦ ଟଙ୍କା।

ସମ୍ବନ୍ଧିତ ଖବର