ଲକ୍ଷ୍ନୌ: ଥାନାରେ ସୁରକ୍ଷିତ ନୁହନ୍ତି ମହିଳା ପୁଲିସ। ଉତ୍ତରପ୍ରଦେଶର ଜଣେ ମହିଳା ସବଇନ୍ସପେକ୍ଟର, ଇନ୍ସପେକ୍ଟରଙ୍କ ଦ୍ବାରା ଅସଦାଚରଣର ଶିକାର ହେବା ପରେ ଏଭଳି ଚର୍ଚ୍ଚା ଆରମ୍ଭ ହୋଇଛି। ବାରମ୍ବାର ଏଭଳି ହେଉଥିବାରୁ ମହିଳା ସୁରକ୍ଷା ଡିସିପିଙ୍କୁ ଚିଠି ଲେଖି ନିଜର ଦୁଃଖ ଜଣାଇଛନ୍ତି ପୀଡ଼ିତା। ଚିଠିରେ ପୀଡ଼ିତା ଲେଖିଛନ୍ତି ଯେ, ଇନ୍ସପେକ୍ଟର ଜାଣିଶୁଣି ଅଶାଳୀନ ଭାବେ ସ୍ପର୍ଶ କରିବା ସହ ହ୍ବାଟସଆପରେ ଅଶାଳୀନ ମେସେଜ କରୁଛନ୍ତି।
ନୋଏଡାର ଥାନା ଫେଜ୍-୨ରେ ମୁତୟନ ହୋଇଥିବା ଜଣେ ମହିଳା ସବ୍-ଇନ୍ସପେକ୍ଟର ତାଙ୍କ ଅଭିଯୋଗରେ ଲେଖିଛନ୍ତି, 'ପୁଲିସ୍ ଷ୍ଟେସନର ଇନ୍ସପେକ୍ଟର ବିନୋଦ କୁମାର ମୋତେ ମାନସିକ ସ୍ତରରେ ହଇରାଣ କରୁଛନ୍ତି। ମାର୍ଚ୍ଚ ୭ରେ ହୋଲିକା ଦହନ୍ ପାଇଁ ମୋର ଡ୍ୟୁଟି ଗ୍ରାଣ୍ଡ୍ ଓମାକ୍ସ ସୋସାଇଟିରେ ଥିଲା। କିନ୍ତୁ ଇନ୍-ଇନ୍ ଇନ୍ସପେକ୍ଟର ସେଠାରୁ ଡ୍ୟୁଟି ହଟାଇ ମୋତେ ତାଙ୍କ ପାଖରେ ରଖିଥିଲେ ଏବଂ ରଙ୍ଗ ଲଗାଇବା ବାହାନା କରି ଅଶାଳୀନ ଭାବେ ଛୁଇଁଥିଲେ। ସେ ଏଭଳି କରିବା ପରେ ମୁଁ ତାଙ୍କୁ କହିଥିଲି, ସାର୍, ଆପଣଙ୍କୁ ନିଜ ସୀମା ଭିତରେ ରହିବା ଉଚିତ। ଆପଣଙ୍କୁ ଏସଏଚଓ ଭାବରେ ନିଜ ପଦବୀର ସମ୍ମାନ ରକ୍ଷା କରିବା ଉଚିତ୍। ମୁଁ ଆପଣଙ୍କ ଝିଅ ଭଳି। ଏହା ଆପଣଙ୍କୁ ଜାଣିବା ଉଚିତ୍। ଏତେ ସବୁ କହିବା ପରେ ବି ଇନ୍ସପେକ୍ଟର ବିନୋଦ କୁମାର ଚୁପ ନରହି ମୋତେ ହ୍ବାଟସଆପରେ ଅଶାଳୀନ ମେସେଜ ପଠାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/ସ-83.jpg)