୪ ବର୍ଷିୟ ବାଳିକା ସହ ଦୁଷ୍କର୍ମ କରି ସପ୍ତମ ଶ୍ରେଣୀ ବାଳକ ଗିରଫ

ନୋଇଡ଼ା: ସେକ୍ଟର୍‌ ୭୩ସ୍ଥିତ ନିଜ ଘରକୁ ଭୁଲାଇ ନେଇ ଜଣେ ୪ ବର୍ଷୀୟ ବାଳିକା ସହ ଦୁଷ୍କର୍ମ କରିଥିବା ଅଭିଯୋଗରେ ଜଣେ ସପ୍ତମ ଶ୍ରେଣୀ ଛାତ୍ରଙ୍କୁ ଗିରଫ କରାଯାଇଛି। ମଙ୍ଗଳବାର ଦିନ ସେ ୧୪ ବର୍ଷିୟ ବାଳକକୁ ଜୁଭେନାଇଲ୍‌ ସଷ୍ଟିସ୍‌ ବୋର୍ଡରେ ହାଜର କରାଯିବା ପରେ ଫେଜ୍‌-ଟୁରେ ଥିବା ଏକ ରିମାଣ୍ଡ୍‌ ହୋମ୍‌କୁ ପଠାଇ ଦିଆ ଯାଇଛି।

ପୁଲିସ କହିବା ଅନୁସାରେ ଅପରାଧ ସୋମବାର ଅପରାହଣ୍‌ ଚାରିଟାରେ ଘଟିଛି। ଉଭୟ କିଶୋର ଓ ବାଳିକ ଘରେ ଏକା ଥିଲେ। ବାଳିକାକୁ ଏକୁଟିଆ ଦେଖି ବାଳକ ଟଫିର ପ୍ରଲୋଭନ ଦେଖାଇ ତାକୁ ନିଜ ଘରକୁ ଭୁଲାଇ ନେଇ ପାଶବିକ ଅତ୍ୟାଚାର କରିଥିଲା।

ଉଭୟ ପୁଅ ଓ ଝିଅଙ୍କ ବାପା ଦିନ ବେଳା କାମକୁ ଯାଇଥିଲେ। ବାଳିକା ବଡ଼ ଭଉଣୀ ମଧ୍ୟ କିଛି ସମୟ ପାଇଁ ଘରୁ ପଦାକୁ ଯାଇଥିଲା। ସେକ୍ଟର୍‌ର ଏକ ଗାଁ’ରେ ମୁହାଁମୁହିଁ ଥିବା ଦୁଇଟି ଘରେ ଭଡ଼ା ନେଇ ଉଭୟ ପରିବାର ରହୁଥିଲେ।

ସନ୍ଧ୍ୟାରେ ବାଳିକା ଏକା ଏକା ଘରକୁ ଫେରି ଥିଲା। ଗୋପନ ଅଙ୍ଗରେ ଯନ୍ତ୍ରଣା ହେଉଥିବା କଥା ମାଆ ଆସିବା ପରେ କହିଥିଲା। ଶେଷରେ ମାଆ ପଚରା ପଚରି କରିବାରୁ ସେ ସବୁକଥା ବାପମାଆଙ୍କ ଆଗରେ କହିଥିଲା। ତୁରନ୍ତ ପୁଲିସରେ ଖବର ଦିଆଯାଇଥିଲା।

ଡାକ୍ତରୀ ମାଇନା ପାଇଁ ବାଳିକାଟିକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯିବା ପରେ ଯୌନ ଉତ୍ପୀଡ଼ନ ଦିଆଯାଇଥିବା କଥା ସତ ବୋଲି ଜଣାପଡ଼ିଲା। ପରେ ପରେ ବାଳକଟିକୁ ପୁଲିସ ଉଠାଇ ନେଇ ଥିଲା।

ଆଇପିସି ଧାରା ୩୭୭ (ଅପ୍ରାକୃତିକ ଅପରାଧ) ଏବଂ (ପିଓସିଏସ୍‌ଓ) ଧାରା ୩/୪ ଆଧାରରେ ସେ ବାଳକ ବିରୋଧରେ ମାମଲା ରୁଜୁ କରାଯାଇଛି।

ସମ୍ବନ୍ଧିତ ଖବର