ପାର୍କରେ ନମାଜ୍‌ ପଢ଼ିବାକୁ ପ୍ରବର୍ତ୍ତାଉଥିବା ଅଭିଯୋଗରେ ଜଣେ ମୌଲବୀଙ୍କ ସମେତ ଦୁଇ ଅଟକ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ପୁଲିସ ପକ୍ଷରୁ ସମସ୍ତ କାର୍ଯ୍ୟାଳୟ ଓ ସଂସ୍ଥାମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ଯେ ସେମାନେ ନିଜ ନିଜର ମୁସଲମାନ୍‌ କର୍ମଚାରୀମାନଙ୍କୁ ପାର୍କ,ପଡିଆ ଆଦି ଖୋଲା ଜାଗାରେ ନ ମାଗି ପଢିବାରୁ ନିବୃତ୍ତ କରନ୍ତୁ। ଏ ସଂପର୍କରେ ନୋଇଡା ଥାନାରେ ଏକ ନୋଟିସ ଜାରି କରାଯାଇଥିଲା। କିନ୍ତୁ ଏହି କାମରେ ଲୋକଙ୍କୁ ଉସୁକାଉଥିବା ଦୁଇଜଣ ଲୋକଙ୍କୁ ପୁଲିସ ଅଟକ ରଖିଛି। ମିଳିଥିବା ସୂଚନା ଅନୁଯାୟୀ ଏ ଦୁହେଁ ନୋଇଡାର ସେକ୍ଟର-୫୮ ପାର୍କରେ ନମାଜ ପଢ଼ିବା ସହ ଅନ୍ୟ ମୁସଲମାନ କର୍ମଚାରୀଙ୍କୁ ଏଠାକୁ ଡାକିକରି ଆଣୁଥିଲେ। ଏହି ଦୁଇ ଲୋକଙ୍କ ଭିତରୁ ଜଣେ ହେଲେ ମୌଲବୀ ଏବଂ ଆରଜଣକ ଆଦିଲ ରସିଦ୍‌। ସେହିପାର୍କରେ ପ୍ରାୟ ଏକ ହଜାର ମୁସଲମାନ ପ୍ରତି ଶୁକ୍ରବାର ନମାଜ୍‌ ପଢ଼ିବାକୁ ଆସୁଥିଲେ।

ଏଠାରେ ସୂଚନାଯୋଗ୍ୟ ଯେ ଉତ୍ତର ପ୍ରଦେଶ ପୁଲିସ ପକ୍ଷରୁ ଜାରି ନୋଟିସ ଅନୁଯାୟୀ ଯଦି ନୋଏଡା ସେକ୍ଟର-୫୮ ସ୍ଥିତ ଶିଳ୍ପାଞ୍ଚଳରେ ସ୍ଥିତ କୌଣସି କାର୍ଯ୍ୟାଳୟର କର୍ମଚାରୀ ନିୟମ ଉଲ୍ଲଂଘନ କରନ୍ତି,ତେବେ ଏଥିପାଇଁ ଉକ୍ତ ସଂସ୍ଥାକୁ ଦାୟୀ କରିବେ।


ଏହି ନୋଟିସ ଜାରି ହେବା ମାତ୍ରେ କେତେକ ସଂସ୍ଥା ନିଜ ନିଜର ମୁସଲମାନ୍‌ କର୍ମଚାରୀମାନଙ୍କୁ କାର୍ଯ୍ୟାଳୟ ବାହାରେ କୌଣସି ଖୋଲା ଜାଗାରେ ନମାଜ ନ ପଢିବାକୁ ନିର୍ଦ୍ଦେଶ ଦେଇଛନ୍ତି। ନୋଏଡ଼ା ପୁଲିସର କହିବା ଅନୁଯାୟୀ ସଦ୍‌ଭାବ ବଜାୟ ରଖିବା ଲାଗି ଏଭଳି ନିଷ୍ପତ୍ତି ନିଆଯାଇଛି। ସେକ୍ଟର-୫୮ ଥାନା ଅଧିକାରୀ ପଙ୍କଜ ରାୟଙ୍କ କହିବା ଅନୁଯାୟୀ ତାଙ୍କ ଅଞ୍ଚଳରେ ପାର୍କରେ ନମାଜ୍‌ ପଢୁଥିବାର ଅଭିଯୋଗ ଆସୁଥିଲା। ଏଣୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର