ଶିକ୍ଷୟିତ୍ରୀଙ୍କ ଭୂତ ୬ବର୍ଷରେ ବାହାର କରିଥିଲା ୨୫ଲକ୍ଷ ଟଙ୍କା, ଘଟଣାଟି କ’ଣ ଜାଣନ୍ତୁ

ଔରଙ୍ଗାବାଦ: ଟଙ୍କା ହେରଫେର ଅଭିଯୋଗରେ ମହାରାଷ୍ଟ୍ର ପୁଲିସ ୨ ଜଣଙ୍କୁ ଗିରଫ କରିଛି।  ଅଲ-ମୁବିନ-ଏଜୁକେଶନ ସୋସାଇଟିର ଦୁଇ ଅଧ୍ୟକ୍ଷ ବିଦ୍ୟାଳୟର ଜଣେ ଶିକ୍ଷକଙ୍କ ନାମରେ ଲୁଟୁଥିଲେ ଟଙ୍କା। ଶିକ୍ଷକଙ୍କ ଜାଲ ନିଯୁକ୍ତି ଦେଖାଇ ତାଙ୍କ ନାମରେ ଆସୁଥିବା ଦରମା ଏହି ଅଧ୍ୟକ୍ଷ ନେଉଥିଲେଯ, ହେଲେ ସେମିତି କେହି ଶିକ୍ଷକ ବିଦ୍ୟାଳୟରେ ନଥିବା ଜଣାପଡିଥିଲା।

ସୂଚନାଯୋଗ୍ୟ, ଅଲମୁବିନ ଏଜୁକେଶନ ସୋସାଇଟିର ଅଧ୍ୟକ୍ଷ ଅସଗରୀ ବେଗମ ଓ ସଦସ୍ୟ ଶେଖ ସୋଏବ ୪ ଜଣଙ୍କ ସହ ମିଶି ଜଣେ ଶିକ୍ଷୟିତ୍ରୀଙ୍କ ନାମରେ ମିଥ୍ୟା କାଗଜପତ୍ର ତିଆରି କରିଥିଲେ। ଆଉ ଶିକ୍ଷା ବିଭାଗରୁ ମଧ୍ୟ ଶିକ୍ଷୟିତ୍ରୀଙ୍କ ପୋଷ୍ଟକୁ ଗ୍ରୀନ ସିଗନାଲ ମିଳିଯାଇଥିଲା । ଆଉ ମାସକୁ ମାସ ଆସୁଥିଲା ଦରମା ଟଙ୍କା । ଆଉ ଟଙ୍କା ଖାଉଥିଲେ ଏହି ୪ ଅଭିଯୁକ୍ତ। ଦିନେ ନୁହେଁ କି ମାସେ ନୁହେଁ , ୬ ବର୍ଷ ଧରି ଚାଲିଥିଲା ଏହି ଚୋରା କାରବାର। ୬ବର୍ଷ ଭିତରେ ଲୁଟ ିନେଇଥିଲେ ୨୫ଲକ୍ଷ ଟଙ୍କା।

ଯାହାଙ୍କ ନାମରେ ଜାଲ କାଗଜ ପତ୍ର ହୋଇଥିଲା ସେ ଶିକ୍ଷୟିତ୍ରୀ ନାମ ଆର୍ସିୟା ବେଗମ। ଅନୁଷ୍ଠାନର କାଜି ମହମ୍ମଦ ମୋଇଜୁଦିନ ଏହି କାଗଜପତ୍ର ନେଇ ଥାନାରେ ଅଭିଯୋଗ କରିଥିଲେ। ଏହାପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ଅଭିଯୋଗରେ କୁହାଯାଇଥିଲା କି, ଆର୍ସିୟା ବେଗମ୍‌ ସ୍କୁଲ ଆସିଥିଲେ ଓ ଶିକ୍ଷୟିତ୍ରୀ ପଦ ପାଇଁ ଇଣ୍ଟରଭ୍ୟୁ ଦେଇଥିଲେ। ଏହାପରେ ଆର୍ସିୟା ତାଙ୍କର ସମସ୍ତ ଦସ୍ତାବିଜ  ସ୍କୁଲରେ ଜମା କରିଥିଲେ। ଆର୍ସିୟାଙ୍କୁ ଇଣ୍ଟରଭ୍ୟୁ ପରେ କୌଣସି କଲ ଆସି ନଥିଲା।  ତାଙ୍କୁ ଲାଗିଥିଲା କି ତାଙ୍କର ଚୟନ ହୋଇ ନଥିଲା।  ଏହାପରେ ଆର୍ସିୟା ମୋଲାନା ମୋହମ୍ମଦ ଅଲି ଜୋହର ଡିଏଡ କଲେଜରେ ଆସିଷ୍ଟାଣ୍ଟ ପ୍ରଫେସର ପଦରେ ଚାକରି ପାଇ ଯାଇଥିଲେ। ଏଠାରେ ଚାକିରି କରିବା ପରେ ସେ ୨୦୧୩ ଚାକିରି ବଦଳାଇ ଦେଇଥିଲେ। ଏହାପରେ ଆର୍ସିୟାଙ୍କ ଦସ୍ତାବିଜରେ ସୋସାଇଟିର ଅଧ୍ୟକ୍ଷ ଓ ସଦସ୍ୟ ଅନ୍ୟ ମହିଳାଙ୍କ ଫଟୋ ଲଗାଇ ଦେଇଥିଲେ। ଏହାପରେ ଏହି ଲୋକମାନେ ଆର୍ସିୟାଙ୍କ ନାମରେ ବେତନ ନେବା ଆରମ୍ଭ କରି ଦେଇଥିଲେ।

ଏହି ଘଟଣାରେ ୨ଜଣ ଗିରଫ ହୋଇଥିବା ବେଳେ ଅନ୍ୟ ଅଭିଯୁକ୍ତଙ୍କର ବର୍ତ୍ତମାନ ସୁଦ୍ଧା ସୂଚନା ମିଳି ପାରି ନାହିଁ।

ସମ୍ବନ୍ଧିତ ଖବର