ନୂଆଦିଲ୍ଲୀ : ଦିଲ୍ଲୀର ଚାଣକ୍ୟପୁରୀ ସ୍ଥିତ ଏକ ପଞ୍ଚତାରକା ହୋଟେଲ୍ରେ ଜଣେ ଆମେରିକୀୟ ମହିଳାଙ୍କୁ ଅସଦାଚରଣ ଅଭିଯୋଗରେ ଦିଲ୍ଲୀ ପୁଲିସ ଜଣେ ପ୍ରବାସୀ ଭାରତୀୟଙ୍କୁ ଗିରଫ କରିଛି। ଅଭିଯୁକ୍ତ ଅନମୋଲ ସିଂହ ଖରବାନ୍ଦା ଏବଂ ଅସଦାଚରଣର ଶିକାର ହୋଇଥିବା ଆମେରିକୀୟ ମହିଳା ତାଜ୍ ଡିପ୍ଲୋମାଟିକ୍ ହୋଟେଲ୍ରେ ଭିନ୍ନ ଭିନ୍ନ ରୁମ୍ରେ ରହୁଥିଲେ। ଗତ ସୋମବାର ଦିନ ଉଭୟଙ୍କ ଭେଟ ହୋଇଥିଲା। ଖରବାନ୍ଦା ଉକ୍ତ ମହିଳାଙ୍କୁ ତାଙ୍କ ରୁମ୍କୁ ଡାକି ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଘଟଣା ସମ୍ପର୍କରେ ମହିଳା ଜଣଙ୍କ ହୋଟେଲ କର୍ମଚାରୀଙ୍କୁ ଜଣାଇଥିଲେ ଏବଂ କର୍ମଚାରୀଙ୍କ ସହଯୋଗରେ ଏନେଇ ପୁଲିସରେ ଅଭିଯୋଗ କରିଥିଲେ। ତେବେ ଘଟଣା ଘଟିବାର ଦୁଇଦିନ ପରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି ଏବଂ ଏନେଇ ଅଧିକ ତଦନ୍ତ ଜାରି ରଖିଛି ବୋଲି ଅତିରିକ୍ତ ପୁଲିସ କମିସନର ବିକେ ସିଂହ କହିଛନ୍ତି।
ତାଜ୍ ପ୍ୟାଲେସ ହୋଟେଲ୍ରେ ଆମେରିକୀୟ ମହିଳାଙ୍କୁ ଅସଦାଚରଣ, ପ୍ରବାସୀ ଭାରତୀୟ ଗିରଫ
/sambad/media/post_attachments/wp-content/uploads/2018/01/arrest-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)