ହତ୍ୟା ଅଭିଯୋଗରେ ଭାରତୀୟ ମୁଷ୍ଟି ଯୋଦ୍ଧା ଗିରଫ

ଜୋହାନସ୍‌ବର୍ଗ: ଦକ୍ଷିଣ ଆଫ୍ରିକାର ଜଣେ ଏନ୍‌ଆରଆଇ କିକ୍‌ ବକ୍ସର ନିଜ ମା’ଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି । ପୂର୍ବରୁ ସେ ତାଙ୍କ ପତ୍ନୀଙ୍କୁ ହତ୍ୟା କରିଥିବା ମଧ୍ୟ ଅଭିଯୋଗ ହୋଇଥିଲା । ଯେଉଁଥିପାଇଁ ଏବେ ତାଙ୍କ ନାଁରେ ମାମଲା ଚାଲିଛି । ଅଭିଯୁକ୍ତ ପୋଲିସ ଆଗରେ ତାଙ୍କ ମା’ଙ୍କୁ କେତେକ ଦୁର୍ବୃତ୍ତ ଆକ୍ରମଣ କରି ମାରିବାକୁ ଉଦ୍ୟମ କରୁଥିଲେ ବୋଲି ମିଛ ବୟାନ୍‌ ଦେଇଥିଲେ । ମାତ୍ର ତାଙ୍କ ଘରର ଚାକର ଘଟଣା ସମ୍ପର୍କରେ ପୋଲିସ୍‌କୁ ଜଣାଇବା ପରେ ପୋଲିସ୍‌ ଅଭିଯୁକ୍ତ ପୁଅ ରମିଜ ପଟେଲ(୩୦)ଙ୍କୁ ଗିରଫ କରିଛି ।

ରମିଜଙ୍କ ମା’ ମେହଜିନ ବାନୁ ପଟେଲଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଦେହରେ ଗୁଳି ବାଜିଥିବାରୁ ପ୍ରଚୁର ରକ୍ତଶ୍ରାବ ଯୋଗୁ ସେ ପ୍ରାଣ ହରାଇଛନ୍ତି ବୋଲି ଜଣାପଡିଛି ।

ସମ୍ବନ୍ଧିତ ଖବର