ବିବାହ ଯୋଗ୍ୟ ପାତ୍ର ଠିକ୍‌ କରିବା ପାଇଁ ବାବା ମାଗୁଥିଲେ ନ୍ୟୁଡ ଫଟୋ

ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସ ନିକଟରେ ମହିଳାଙ୍କ ଅଭିଯୋଗ କ୍ରମେ ଜଣେ ଭଣ୍ଡ ବାବାଙ୍କ ନାମରେ ମାମଲା ରୁଜୁ କରିଛି। ଏହି ଭଣ୍ଡ ବାବା କଳାଯାଦୁ ହଟାଇବା ପାଇଁ ମହିଳାଙ୍କୁ ନ୍ୟୁଡ ଫଟୋ ମାଗିଥିବାର ଏକ ଘଟଣା ସାମ୍ନାକୁ ଆସିଛି।

୩୨ବର୍ଷୀୟ ପୀଡିତା ସ୍ମିତା(ଛଦ୍ମନାମ) ପୁଲିସ ନିକଟରେ ଅଭିଯୋଗ କରି କହିଥିଲେ, ମୁଁ ଜଣେ ଲାଇବ୍ରେରିୟାନ। ଦକ୍ଷିଣ ଦିଲ୍ଲୀର ଏକ କଲେଜରେ ଚାକିରି କରେ। ମୋର ବିବାହ ସ୍ଥିର ହୋଇ ପାରୁ ନଥିଲା। ସେଥିପାଇଁ ଅନେକ ସମୟରେ ମୁଁ ଚିନ୍ତାରେ ରହୁଥିଲି। ତେବେ କିଛିମାସ ତଳେ ମୋତେ ଜଣେ ବାବାଙ୍କ ଠିକଣା ମିଳିଥିଲା। ଯିଏକି ବିବାହ ହେଉଥିବା ପାତ୍ରପାତ୍ରୀଙ୍କ ଜାତକ ଦେଖି ଆସୁଥିବା ସମ୍ପର୍କରେ କହୁଛନ୍ତି ବୋଲି ଜାଣିବାକୁ ପାଇଲି। ମୁଁ ୫ମାସ ପୂର୍ବେ ସେହି ବାବାଙ୍କ ପାଖକୁ ନିଜର ଜାତକ ନେଇ ଯାଇଥିଲେ। ବାବ ମୋତେ ଆଶ୍ୱସନା ଦେଇ କହିଥିଲେ, ମୋତେ ତୁମ ପାଇଁ ଉଚିତ ବରପାତ୍ର ମିଳିଲେ ମୁଁ ତୁମକୁ ନିଶ୍ଚିତ ସୂଚିତ କରିବି।

କିଛି ଦିନ ପରେ ବାବା ମୋତେ କଲ କରିଥିଲେ। ମୋର ବାୟୋଡାଟା ଏକ ନମ୍ବରରେ ପଠାଇବା ପାଇଁ କହିଥିଲେ। ମୁଁ କୌଣସି ଚିନ୍ତା ନକରି ସେହି ନମ୍ବରରେ ମୋର ବାୟୋଡାଟା ଓ ଫଟୋ ପଠାଇ ଦେଇଥିିଲି। କିଛିଦିନ ପରେ ପୁଣି ଏକ କଲ ଆସିଥିଲା। ସେହି କଲରେ ମୋତେ ବିଭିନ୍ନ ପ୍ରକାର ଅଶ୍ଳୀଳ କଥା ପଚରା ଯାଇଥିଲା। ଯେପରିକି ତୁମେ କାହା ସହିତ ସମ୍ପର୍କରେ ଅଛ କି ନାହିଁ? କେହି କେବେ ତୁମକୁ ଛୁଇଁଛନ୍ତି କି ନାହିଁ? ଏବେ କେତେ ଜଣ ପୁରୁଷଙ୍କ ସହିତ ସମ୍ପର୍କରେ ଅଛି ଇତ୍ୟାଦି। ଏହାପରେ ମୋର ବାମ ହାତର ଫଟୋ ଉଠାଇ ପଠାଇବକୁ କହିଥିଲେ, ସେ ମୋର ବାମ ହାତ ଦେଖି କହିଥିଲେ ମୋ ଉପରେ କଳାଯାଦୁର ପ୍ରଭାବ ଅଛି ତେଣୁ ବିବାହ ସ୍ଥିର ହୋଇ ପାରୁନାହିଁ। ସେ ଏହି ସମସ୍ୟାରେ ସମାଧାନ ନିଶ୍ଚିୟ କରି ପାରିବେ ବୋଲି କହିଥିଲେ। ଏଥିପାଇଁ ମୋ’ଠାରୁ କୌଣସି ଅର୍ଥ ନେବେ ନାହିଁ ବୋଲି ବି ମନା କରିଥିଲେ। କିନ୍ତୁ ତାଙ୍କୁ ମୋର ନ୍ୟୁଡ ଫଟୋ ଦରକାର ବୋଲି କହିଥିଲେ। କେବଳ ଏତିକି ନୁହେଁ କିଭଳି ନ୍ୟୁଡ ଫଟୋ ଦରକାର ତାହାର ଏକ ସାଙ୍କେତିକ ଫଟୋ ମଧ୍ୟ ମୋର ପାଖକୁ ପଠାଇଥିଲେ। ଏମିତି ତିନିମାସ ପର୍ଯ୍ୟନ୍ତ ଚାଲିଥିଲାା। ଶେଷରେ ମୁଁ ଏସବୁ ଆଉ ସହ୍ୟ କରି ନପାରି ପୁଲିସରେ ଅଭିଯୋଗ କରିଥିଲା।

 

ପୁଲିସ ପୀଡିତାଙ୍କ ବୟାନ୍‌ କ୍ରମେ ଭଣ୍ଡ ବାବାଙ୍କୁ ଖୋଜିବା ପାଇଁ ତଦନ୍ତ ଆରମ୍ଭ କରି ଦେଇଛି।

ସମ୍ବନ୍ଧିତ ଖବର