ଟେଲି ଅଭିନେତ୍ରୀଙ୍କ ଘରୁ ଚୋରି : ଲକ୍ଷ ଲକ୍ଷ ଟଙ୍କା ଏବଂ ଗହଣା ନେଇ ଫେରାର ହେଲା ବୃଦ୍ଧ ମାତା-ପିତାଙ୍କ ଦେଖା ଶୁଣା କରୁଥିବା ନର୍ସ

ନୂଆଦିଲ୍ଲୀ : ଜଣାଶୁଣା ମଡ଼େଲ ଏବଂ ଲୋକପ୍ରିୟ ଟେଲି ଅଭିନେତ୍ରୀ ଅପର୍ଣ୍ଣା କୁମାରଙ୍କ ଦିଲ୍ଲୀସ୍ଥିତ ଘରୁ ଚୋରି ହୋଇଥିବା ଖବର ମିଳିଛି । ଘରେ କାମ କରୁଥିବା ନର୍ସ ଏଭଳି କାମ କରିଥିବା ସାମ୍ନାକୁ ଆସିଛି । ଅଭିନେତ୍ରୀଙ୍କ ରୋଗୀଣା ମାତା-ପିତାଙ୍କ ଯତ୍ନ ନେଉଥିବା ନର୍ସ ଘରେ ଥିବା ସବୁ ଗହଣା ଏବଂ ଟଙ୍କା ନେଇ ଫେରାର ହୋଇଯିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଏ ନେଇ ଅଭିଯୋଗ କରାଯିବା ପରେ ତଦନ୍ତ କରିବାରେ ଲାଗି ପଡ଼ିଛି ଦିଲ୍ଲୀ ପୁଲିସ ।

ସୂଚନା ମୁତାବକ, ମାଲବୀୟ ନଗରରେ ଥିବା ପଞ୍ଚଶୀଲ ପାର୍କରେ ଅଭିନେତ୍ରୀଙ୍କ ମାତା-ପିତା ରହି ଆସୁଥିଲେ। ମୁମ୍ବାଇରେ ରହୁଥିବାରୁ ଅପର୍ଣ୍ଣା ମାତା-ପିତାଙ୍କ ଦେଖା ଶୁଣା ପାଇଁ ଘରେ ଏକ ଅଞ୍ଜଳି ନାମକ ଜଣେ ନର୍ସକୁ ରଖିଥିଲେ । ଯିଏ ଘରର ସବୁ କାମ କରିବା ସହ ତାଙ୍କ ମାତା-ପିତାଙ୍କ ଯତ୍ନ ନେଉଥିଲେ । ମୁମ୍ବାଇରେ ସୁଟିଂରେ ବ୍ୟସ୍ତ ଥିବା ଅପର୍ଣ୍ଣାଙ୍କ ଦେହ ଖରାପ ହେବାରୁ ସେ ଦିଲ୍ଲୀସ୍ଥିତ ନିଜ ଘରେ ପହଞ୍ଚିଥିଲେ । ଘରେ ପହଞ୍ଚିବା ପରେ ସେ ଅଞ୍ଜଳିକୁ ଘରେ ନ ପାଇ ପରଦିନ ସାବିତ୍ରୀ ନଗରରେ ରହୁଥିବା ଅଞ୍ଜଳିଙ୍କ ଘରେ ପହଞ୍ଚିଥିଲେ । କିନ୍ତୁ ସେଠାକୁ ଯିବା ପରେ ଅଞ୍ଜଳି ନିଜ ପରିବାର ସହ କୋଲକାତା ଯାଇଥିବା ଜଣା ପଡ଼ିଥିଲା ।

India Forums

ପରେ ଅପର୍ଣ୍ଣାଙ୍କ ମନରେ ସନ୍ଦେହ ହେବାରୁ ଘରକୁ ଯାଇ ଦେଖିବା ପରେ ଘରେ ଥିବା ସବୁ ଟଙ୍କା ଏବଂ ସୁନା ଗହଣା ଚୋରି ହୋଇ ଯାଇଥିଲା । ଏହା ସହ ତାଙ୍କ ବାପାଙ୍କ ଆକାଉଣ୍ଟରୁ ମଧ୍ୟ ସବୁ ଟଙ୍କା ଅଞ୍ଜଳି କାଢ଼ି ନେଇଥିବା ଜଣା ପଡ଼ିଥିଲା । ସବୁ ଜଣା ପଡ଼ିବା ପରେ ପୁଲିସରେ ଅଭିଯୋଗ କରିଥିଲେ ଅପର୍ଣ୍ଣା ।

ସମ୍ବନ୍ଧିତ ଖବର