ବିବାହ ସ୍ଥିର ହୋଇଯିବାରୁ ଆଇସିୟୁରେ ଡିୟୁଟି କରୁଥିବା ନର୍ସଙ୍କୁ ଗୁଳିମାରି ହତ୍ୟା

ଭୋପାଳ: ମଧ୍ୟପ୍ରଦେଶର ଭିଣ୍ଡ ଜିଲ୍ଲା ହସ୍ପିଟାଲରେ ଜଣେ ୱାର୍ଡ ବଏ ନର୍ସଙ୍କୁ ଗୁଳି କରି ହତ୍ୟା କରିଛି। ହତ୍ୟା ହେବା ସମୟରେ ନର୍ସ ଜଣକ ଡିୟୁଟି କରୁଥିବା ଜଣାପଡ଼ିଛି।

କୁହାଯାଉଛି କି, ହତ୍ୟା କରାଯାଇଥିବା ନର୍ସ ସୁନୀତା (ଛଦ୍ମନାମ)ଙ୍କ ବିବାହ ସ୍ଥିର ହୋଇଯାଇଥିଲା। ତେବେ ୱାର୍ଡବଏ ରିତେଶ ସାକ୍ୟା ନର୍ସଙ୍କୁ ଏକ ତରଫା ଭଲ ପାଉଥିଲା। ସେ ଯେତେବେଳେ ଜାଣିବାକୁ ପାଇଲା କି ନର୍ସ ସୁନୀତାଙ୍କ ବିବାହ ସ୍ଥିର ହୋଇଯାଇଛି, ସେ ଉତକ୍ଷିପ୍ତ ହୋଇଯାଇଥିଲା।

ନର୍ସଙ୍କ ବିବାହ ସ୍ଥିର ହେବା ଖବରକୁ ସେ ସହଜରେ ଗ୍ରହଣ କରି ପାରି ନଥିଲା। ଫଳରେ ଆଇସିୟୁରେ ଡିୟୁଟି କରୁଥିବା ବେଳେ ନର୍ସ ସୁନୀତାଙ୍କୁ ଏକୁଟିଆ ପାଇ ଗୁଳି କରି ହତ୍ୟା କରିଥିଲା। ଆଉ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା।

प्रेम प्रसंग में नर्स ऑफिसर की गोली मारकर हत्या

ଯେତେବେଳେ ସୁନୀତାଙ୍କ ସହକର୍ମୀମାନେ ଉକ୍ତ ଆଇସିୟୁ ରୁମରେ ପହଞ୍ଚିଥିଲେ ଚଟାଣରେ ରକ୍ତ ଭାସୁଥିବା ଦେଖିବାକୁ ପାଇଥିଲେ। ତୁରନ୍ତ ଏହି ହତ୍ୟାକାଣ୍ଡ ସମ୍ପର୍କରେ ପୁଲିସକୁ ଖବର ଦିଆଯାଇଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ଏଥିସହିତ ରିତେଶକୁ ପୁଲିସ ଗିରଫ କରି ପଚରାଉଚରା ଜାରି ରଖିଛି।

ଏପଟେ ଝିଅର ମୃତ୍ୟୁ ଖବର ପାଇବା ପରେ ପରିବାର ସଦସ୍ୟ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ହଠାତ ଝିଅର ମୃତ୍ୟୁକୁ ସେମାନେ ଗ୍ରହଣ କରି ପାରୁ ନାହାନ୍ତି। ସୁନୀତାଙ୍କୁ ମନେ ପକାଇ ଅଚେତ ହୋଇପଡ଼ୁଛନ୍ତି ମା’।

ସମ୍ବନ୍ଧିତ ଖବର